Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପର ନୂଆ ଚାମ୍ପିଅନ ଅଷ୍ଟ୍ରେଲିଆ, ଘଟିଲା 14 ବର୍ଷ ଅପେକ୍ଷାର ଅନ୍ତ

ଟି-20 ବିଶ୍ୱକପର ନୂଆ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ । ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 8 ୱିକେଟରେ ପରାସ୍ତ କରି ବନିଲା ଫଟାଫଟ୍ ଫର୍ମାଟର ବିଶ୍ବ ବିଜେତା ।

ଦୁବାଇ: ଆଇସିସି ଟ୍ରଫି କିଙ୍ଗ ପୁଣି ଥରେ ହାତେଇଲା ଟ୍ରଫି । ଟି-20 ବିଶ୍ୱକପର ନୂଆ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ । ନିଜ ଖାତାରେ ଯୋଡିଲା 8 ଆଇସିସି ଟ୍ରଫି । ଏଥି ସହିତ ଟି-20 ବିଶ୍ବକପର 6ଷ୍ଠ ଚମ୍ପିଆନ ହେଲା ଅଷ୍ଟ୍ରେଲିଆ । ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 8 ୱିକେଟରେ ପରାସ୍ତ କରି ବନିଲା ଫଟାଫଟ୍ ଫର୍ମାଟର ବିଶ୍ବ ବିଜେତା ।

 t20 world cup

ତେବେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସର୍ବାଧିକ ଥର ବିଶ୍ୱକପ ଜିତିଥିବା ଦଳ ଅଷ୍ଟ୍ରେଲିଆକୁ 14 ବର୍ଷ ଲାଗିଗଲା । ଟି-20 ଦୁଇଥର ରନର୍ ଅପ୍ ହୋଇଥିବାବେଳେ ଅଷ୍ଟ୍ରେଲିଆ ଦଳ ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ 5 ଥର ଟାଇଟଲ୍ ଜିତିଛି । 2010 ମସିହାରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆର ଦଳ ଏହି ଫର୍ମାଟରେ ଫାଇନାଲରେ ପହଞ୍ଚିଥିଲା । କିନ୍ତୁ ଇଂଲଣ୍ଡ ଦଳ କଙ୍ଗାରୁ ଦଳକୁ ଟାଇଟଲରୁ ଦୂରେଇ ଦେଇଥିଲା । ଏହା ପରେ ଅଷ୍ଟ୍ରେଲିଆକୁ ପୁଣି ଫାଇନାଲରେ ପହଞ୍ଚିବା ପାଇଁ 11 ବର୍ଷ ଅପେକ୍ଷା କରିବାକୁ ପଡିଲା । କିନ୍ତୁ ଏଥର କଙ୍ଗାରୁ ଦଳ ସେଠାରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ସୁଯୋଗକୁ ହାତ ଛଡ଼ା କରି ନଥିଲା ।

ୱାର୍ଣ୍ଣରଙ୍କ ମହତ୍ୱପୂର୍ଣ୍ଣ ଇନିଂସ ସହିତ ଭଲ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଆରନ ଫିଞ୍ଚ । କେନ ୱିଲିୟମସନଙ୍କ (85) ଅଧିନାୟକ ପାଳି ବଳରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ଟି-20 ବିଶ୍ୱକପ ଫାଇନାଲ ମୁକାବିଲାରେ ସବୁଠାରୁ ବିଶାଳ ସ୍କୋର (173) ଟାର୍ଗେଟ୍ ଠିଆ କରିଥିଲା । ଯାହାକୁ ମାତ୍ର ଦୁଇ ୱିକେଟ ହରାଇ ହାସଲ କରି ନେଇଥିଲା ଅଷ୍ଟ୍ରେଲିଆ ।

ତେବେ ଅଷ୍ଟ୍ରେଲିଆ ବ୍ୟାଟିଂର ତୃତୀୟ ଓଭରରେ ଟ୍ରେଣ୍ଟ ବୋଲ୍ଟ ଆରନ ଫିଞ୍ଚଙ୍କୁ ଆଉଟ୍ କରି ପ୍ରଥମ ଝଟକା ଦେଇଥିଲେ। ପରେ ବ୍ୟାଟିଂ ଆସିଥିବା ମିଚେଲ ମାର୍ଶ ଓ ଅନ୍ୟତମ ଓପନର ଡେଭିଡ ୱାର୍ଣ୍ଣର ମ୍ୟାଚକୁ ଏକପାଖିଆ କରି ଦେଇଥିଲେ। ଫାଇନାଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ୱାର୍ଣ୍ଣର ।

ମିଚେଲ ମାର୍ଶ (77) ଅପରାଜିତ ଏବଂ ଡେଭିଡ ୱାର୍ଣ୍ଣର (53) ଇନିଂସ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଫିଞ୍ଚଙ୍କ ପରେ ଦ୍ୱିତୀୟ ୱିକେଟ୍ ପାଇଁ 92 ରନ୍ ଭାଗିଦାରୀ କରିଥିଲେ । ଏହି ଯୋଡି ମାତ୍ର 59 ବଲରେ ଏହି ରନ୍ ଯୋଡିଥିଲେ। ଡେଭିଡ ୱାର୍ଣ୍ଣର କ୍ୟାରିୟରର 22 ତମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମାତ୍ର 38 ବଲରେ ମିଚେଲ ମାର୍ଶ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଷଷ୍ଠ ପଚାଶତମ ସ୍କୋର କରି ତାଙ୍କ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ୱାର୍ଣ୍ଣର ତାଙ୍କ ଇନିଂସରେ 4ଟି ଚୌକା ଓ 3ଟି ଛକା ସହାୟତାରେ 53 ରନ୍ ସଂଗ୍ରହ କରି ବୋଲ୍ଟଙ୍କ ଓଭରେ ପାଭିଲିୟନକୁ ଫେରିଥିଲେ। ୱାର୍ଣ୍ଣରଙ୍କ ଆଉଟ୍ ହେବା ପରେ ମାର୍ଶ ଓ ଗ୍ଲେନ ମାକ୍ସୱେଲ ଦଳକୁ ସହଜରେ ବିଜୟ ପ୍ରଦାନ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+