ଭାରତର ବିଶ୍ଵକପ ଅଭିଯାନ ଆରମ୍ଭ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ । ଦୁଇ ଦଳ ପାଇଁ ଏହି ମ୍ୟାଚ ବହୁତ୍ ଗୁରୁତ୍ୱପୂର୍ଣ୍ଣ । ଭାରତ ଓ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ନିଜ ନିଜ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ । ଏହି ବିଶ୍ଵକପରେ ଅନେକ ରେକର୍ଡ ଦେଖିବାକୁ ମିଳିଲାଣି। ଫ୍ଲାଟ୍ ପିଚ ବ୍ୟାଟର ମାନଙ୍କୁ ସୁହାଉଛି । ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।
ସେହିପରି ଭାରତକୁ ଜିତିବାକୁ ହେଲେ ପ୍ରଥମରୁ ୱିକେଟ ନେବାକୁ ପଡ଼ିବ । କୁଲଦୀପ ଯାଦବଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ସେହିପରି ଭାରତର ଦୁଇ ଓପନରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିରାଟ କୋହଲିଙ୍କୁ ଆଜି ଭଲ ଖେଳିବାକୁ ପଡ଼ିବ । ଅଷ୍ଟ୍ରେଲିଆ ବୋଲାରଙ୍କୁ ଭାରତ ଗତ ସିରିଜରେ ଜବାବ ଦେଇଥିଲା ।
ଭାରତ ବିନା ଶୁବମନ ଗିଲରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବ । ଇସାନ କିସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ସେହିପରି ରବି ଅଶ୍ୱିନଙ୍କୁ ବି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ଚଳିତ ବର୍ଷ ଚେନ୍ନାଇରେ ଭାରତକୁ ହରାଇଛି ଅଷ୍ଟ୍ରେଲିଆ
ଚେନ୍ନାଇରେ ଦୁଇ ଦଳ ମଧ୍ୟରେ ଏହା ଚତୁର୍ଥ ODI ମ୍ୟାଚ୍ ହେବ । ଏପର୍ଯ୍ୟନ୍ତ ଖେଳାଯାଇଥିବା ତିନିଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଗ୍ରଣୀ ହାସଲ କରିଛି । ଦୁଇଟି ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ ଏବଂ ଗୋଟିଏ ମ୍ୟାଚରେ ଭାରତ ସଫଳତା ହାସଲ କରିଛି । ଚେନ୍ନାଇରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ୍ର ଏହା ହେଉଛି ଦ୍ୱିତୀୟ ମ୍ୟାଚ୍। ଏହାପୂର୍ବରୁ 1987 ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ତା'ପରେ କଙ୍ଗାରୁ ଦଳ ଗୋଟିଏ ରନ୍ରେ ମ୍ୟାଚ୍ ଜିତିଥିଲା। 2017 ରେ ଭାରତ ଜିତିଥିଲା ଏବଂ ମାର୍ଚ୍ଚ 2023 ରେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଥିଲା ।
ଅଷ୍ଟ୍ରେଲିଆ (ଏକାଦଶ ): ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁସାଗ୍ନେ, କ୍ୟାମେରନ୍ ଗ୍ରୀନ୍, ଆଲେକ୍ସ କେରି (ୱିକେଟ କିପର ), ଗ୍ଲେନ୍ ମ୍ୟାକ୍ସୱେଲ, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋସ୍ ହାଜଲେଉଡ୍, ଆଦାମ ଜାମ୍ପା
ଭାରତ (ଏକାଦଶ):
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ୱିକେଟ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ












Click it and Unblock the Notifications