ମହିଳା ଟି-୨୦ ବିଶ୍ୱକପ: ଭାରତ ନିରାଶ, ସେମି ଫାଇନାଲ ଆଶା ଧୂଳିସାତ

ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ନିରାଶ ହୋଇଛି। ଭାରତୀୟ ମହିଳା ଟିମର ସେମି ଫାଇନାଲ ଆଶା ମଉଳି ଯାଉଛି। ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୧୫୧ ରନ କରିଥିବା ଏହାର ଜବାବରେ ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂହ ଲଢ଼େଇ କରିଥିଲେ ହେଁ ଦଳକୁ ମ୍ୟାଚ ଜିତାଇ ପାରି ନଥିଲେ। ଶେଷ ଯାଏ ୪୭ ବଲରେ ୫୪ ରନ କରିଥିଲେ ହେଁ ଭାରତ ୯ ରନରେ ମ୍ୟାଚ୍‌ ହାରି ଯାଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୨ ରନ କରିପାରିଛି।

Australia clinch thriller

ଏବେ ଭାରତକୁ ସେମି ଫାଇନାଲ ଆଶା ପୂରଣ କରିବା ପାଇଁ ଆସନ୍ତାକାଲିର ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଉପରେ ନିର୍ଭର କରିବାକୁ ପଡ଼ିବ। ଯଦି ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ। ତା'ହେଲେ ରନ ରେଟ ଆଧାରରେ ଭାରତ ସେମି ଫାଇନାଲକୁ ଯିବାର ସମ୍ଭାବନା ସୃଷ୍ଟି ହେବ। ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ପ୍ରବେଶ କରିଛି।

୧୫୨ ରନର ଟାର୍ଗେଟ ପାଇଥିବା ଭାରତ ପାଇଁ ଶେଫାଳି ବର୍ମା କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ସେ ୧୩ ବଳରେ ୨୦ ରନ କରି ଗାର୍ଡେନରଙ୍କ ବଲରେ ଆଉଟ ହୋଇଯାଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ସ୍ମୃତି ମନ୍ଧାନା କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ।

ଜେମିମା ରୋଡ୍ରିଗ୍ସ କିଛି ଚୌକା ମାରିଥିଲେ ହେଁ ବଡ଼ ଶଟ ଖେଳିବାକୁ ଯାଇ ମେଘନା ସ୍କଟଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଭାରତ ୪୭ ରନରେ ତୃତୀୟ ୱିକେଟ ହରାଇଥିଲା। ଏତିକି ବେଳେ ଅଧିନାୟକ ହରମନପ୍ରୀତ କୌର ଓ ଦୀପ୍ତି ଶର୍ମା ସ୍ଥିତି ସମ୍ଭାଳିଥିଲେ। ଉଭୟ ୱିକେଟ ରଖିବା ସହ କିଛି ସମୟ କେବଳ ସିଙ୍ଗଲ ଓ ଡବଲ୍ସ ନେଇଥିଲେ।

ରନ ରେଟର ଚାପ ବଢ଼ିବାରୁ ଉଭୟ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବୋଲରଙ୍କୁ ବଡ଼ ଶଟ ଖେଳିବା ସହଜ ହୋଇ ନଥିଲା। ଶେଷରେ ଦୀପ୍ତି ଶର୍ମା ଦଳୀୟ ସ୍କୋର ୧୧୦ ଥିବା ବେଳେ ୨୫ ବଲରେ ୨୯ ରନ କରି ଆଉଟ ହୋଇଯାଇଥିଲେ। ପରବର୍ତ୍ତୀ ଓଭରର ଦ୍ୱିତୀୟ ବଲରେ ରିଚା ଘୋଷ ରନ ଆଉଟ ହୋଇଥିଲେ। ୧୭ତମ ଓଭର ବୋଲିଂ କରୁଥିବା ସ୍କଟ କେବଳ ୧ ରନ ଦେବା ସହ ରନ ଆଉଟ ରୂପେ ଅଷ୍ଟ୍ରେଲିଆକୁ ୱିକେଟ ମିଳିଥିଲା।

ଶେଷ ୩ ଓଭରରେ ଭାରତକୁ ୩୯ ରନ ଦରକାର ଥିଲା। ୧୮ତମ ଓଭରରେ ହରମନପ୍ରୀତ ଦୁଇଟି ଚୌକା ମାରିଥିଲେ ହେଁ ଦଳକୁ କେବଳ ୧୨ ରନ ମିଳିଥିଲା। ୧୨ ବଲରେ ଦଳକୁ ୨୮ ଦରକାର ଥିବା ବେଳେ ୧୯ତମ ଓଭର ନେଇ ଆସିଥିଲେ ମୋଲିନେଉ। ପ୍ରଥମ ବଲରେ ପୂଜା ୨ ରନ ହାସଲ କରିଥିଲେ। ପରବର୍ତ୍ତୀ ବଲରେ ସେ ଚୌକା ମାରିଥିଲେ।

ତୃତୀୟ ବଲରେ ସେ ୧ ରନ ପାଇଥିଲେ। ୪ର୍ଥ ବଲରେ ହରମନପ୍ରୀତ ଚୌକା ମାରିଥିଲେ। ୫ମ ବଲରେ ସେ ଦୁଇ ରନ ନେଇ ୪୪ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ବଲରେ ୧ ରନ ନେବାରୁ ଭାରତକୁ ଶେଷ ଓଭରରେ ଜିତିବା ପାଇଁ ୧୪ ରନ ଦରକାର ପଡ଼ିଥିଲା।

ଇନିଂସର ଶେଷ ଓଭର ନେଇ ଆସିଥିଲେ ଆନାବେଲ ସଦରଲ୍ୟାଣ୍ତ। ପ୍ରଥମ ବଲରେ ହରମନପ୍ରୀତ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ପୂଜା ବୋଲ୍ଡ ହୋଇଯାଇଥିଲେ। ତୃତୀୟ ବଲରେ ଅରୁନ୍ଧତି ରେଡ୍ଡୀ ରନ ଆଉଟ ହୋଇଯାଇଥିଲେ ହେଁ ହରମନପ୍ରୀ ଷ୍ଟ୍ରାଇକୁ ଯାଇଥିଲେ। ସେ ୪ର୍ଥ ବଲରେ କେବଳ ୧ ରନ ହିଁ ହାସଲ କରିଥିଲେ। ଫଳରେ ଭାରତର ହାରିବା ଏକପ୍ରକାରର ନିଶ୍ଚିତ ହୋଇଯାଇଥିଲା। ପରବର୍ତ୍ତୀ ବଲ ୱାଇଡ ହୋଇଥିବା ବେଳେ ଶ୍ରେୟଙ୍କା ପାଟିଲ ରନ ଆଉଟ ହୋଇଯାଇଥିଲେ। ପରବର୍ତ୍ତୀ ବଲରେ ରାଧା ଯାଦବ ମଧ୍ୟ ଆଉଟ ହୋଇଥିଲେ। ଶେଷ ବଲରେ ରେଣୁକା ସିଂହ ଠାକୁର ୧ ରନ କରିବାରୁ ଭାରତର ସ୍କୋର ୧୪୨/୯ରେ ପହଞ୍ଚିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+