Champions Trophy: ଚାମ୍ପିଅନ୍ସ ଟ୍ରଫିରେ ଇତିହାସ ରଚିଲା ଅଷ୍ଟ୍ରେଲିଆ, ସର୍ବାଧିକ ରନ ଚେଜ କରି ବିଜୟୀ
ଚାମ୍ପିଅନ୍ସ ଟ୍ରଫିରେ ଗତକାଲି ହୋଇଥିଲା ଚୌକା ଛକାର ବର୍ଷା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ଯାଚରେ କଙ୍ଗାରୁ ଦଳର ବିଜୟ ହୋଇଛି ।
ଇଂଲଣ୍ଡ କୁ 5 ଓ୍ବିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । 352 ରନର ବିଜୟ ଲକ୍ଷ୍ୟ ପିଛା କରି 47.3 ଓଭରରେ 5 ଓ୍ବିକେଟ ହରାଇ 356 ରନ କରି ବିଜୟୀ ହୋଇଛି ଷ୍ଟେଭେନ ସ୍ମିଥଙ୍କ ବାହିନୀ ।
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଜୋସ୍ ଇଙ୍ଗଲିସ୍ ଶତକୀୟ ପାଳି ଖେଳି ଥିଲେ । 86 ବଲରେ 8ଟି ଚୌକା ଓ 6 ଚୌକା ବଳରେ 120 ରନ କରି ଅପରାଜିତ ରହିଛନ୍ତି । ତାଙ୍କୁ ମ୍ୟାନ ଅଫଦ ମ୍ୟାଚ ବିବେଚିତ କରାଯାଇଛି । ସେହିପରି ଓପନର ମାଟ ସଟ୍ 63 ଓ ଆଲେକ୍ସ 69 ରନ କରିଛନ୍ତି ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ଓ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା । 50 ଓଭରରେ 8 ଓ୍ବିକେଟ ହରାଇ 351 ରନ କରିଥିଲା ଇଂଲଣ୍ଡ । ଦଳ ପକ୍ଷରୁ ବେନ ଡକେଟ ଦମଦାର ପାଳି ଖେଳିଥିଲେ । 143 ବଲରେ 17 ଚୌକା ଓ 3 ଛକା ବଳରେ ସେ 165 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋ ରୁଟ 68 ରନ କରିଥିଲେ । ଅନ୍ୟ କେହିବି ବ୍ୟାଟର 30 ରନ କରିବାକୁ ସମର୍ଥ ହୋଇନଥିଲେ ।
ଏହାପରେ 352 ରନର ବିଜୟ ଲକ୍ଷ୍ୟ ପିଛା କରି ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । 47.3 ଓଭରରେ 5 ଓ୍ବିକେଟ ହରାଇ 356 ରନ କରି ବିଜୟୀ ହୋଇଛି କଙ୍ଗାରୁ ଦଳ । । ଆରମ୍ଭରୁ ଦୁଇ ଓପନର ଦମଦାର ପାଳି ଆରମ୍ଭ କରିଥିଲେ ମଧ୍ୟ ମାତ୍ର 6 ରନ କରି ଟ୍ରାଭିସ ହେଡ ପାଭିଲିୟନକୁ ଫେରିଯାଇଥିଲେ । ମାର୍ଟ ସର୍ଟ 63, ମାରନସ 47 , ଜୋସ୍ ଇଙ୍ଗଲିସ୍ ଅପରାଜିତ 120, ଆଲେକ୍ସ 69 ଓ ମାକ୍ସଓ୍ବେଲ ଅପରାଜିତ 32 ରନ କରିଥିଲେ ।












Click it and Unblock the Notifications