ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ଟ୍ରଫି ଜିତିଲା ଅଷ୍ଟ୍ରେଲିଆ...
Australia, WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚରେ ଭାରତକୁ 209 ରନରେ ପରାସ୍ତ କରି ଇତିହାସ ରହିଛି ଅଷ୍ଟ୍ରେଲିଆ ଦଳ । କଙ୍ଗାରୁ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫି ଟେକିବା ସହ ସମସ୍ତ ଆଇସିସି ଟ୍ରଫି ଜିତିବାରେ ପ୍ରଥମ ଦଳ ହୋଇଛି ।
ତେବେ 1987ରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ 50 ଓଭର ବିଶ୍ୱକପ ଜିତିଥିଲା । ମୋଟ୍ 4ଟି ଟାଇଟଲ ସହ 50 ଓଭର ବିଶ୍ୱକପରେ ସବୁଠାରୁ ସଫଳ ଦଳ ହୋଇ ପାରିଥିଲା । ସେହିପରି ଫାଇନାଲରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଅଷ୍ଟ୍ରେଲିଆ 2006 ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତିଥିଲା ।

ତେବେ କ୍ରିକେଟର ଟି-20 ଫର୍ମାଟରେ ଅଷ୍ଟ୍ରେଲିଆ ସଫଳତା ପାଇବାରେ ଅନେକ ସମୟ ଲଗାଇଥିଲା । 2007ରୁ ଆରମ୍ଭ ହୋଇଥିବା ଆଇସିସି ଟି-20 ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ବିଫଳ ହୋଇଥିଲା । ସଂଯୁକ୍ତ ଆରବ ଏମିରେଟ୍ସରେ ଆୟୋଜିତ 2021 ସଂସ୍କରଣରେ ଅଷ୍ଟ୍ରେଲିଆ ନିଜର ଟି-20 ବିଶ୍ୱକପ ଟାଇଟଲ ମରୁଡ଼ିକୁ ସମାପ୍ତ କରି ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା ଏବଂ ଦଳ ସେମାନଙ୍କ ମେଡ଼ନ ଟି-20 ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲା ।
ଅଷ୍ଟ୍ରେଲିଆର ଆଇସିସି ଟାଇଟଲ ତାଲିକା
- ଦିନିକିଆ ବିଶ୍ୱକପ: 1987, 1999, 2003, 2007, 2015
- ଚାମ୍ପିଅନ୍ସ ଟ୍ରଫି: 2006, 2009
- ଟି-20 ବିଶ୍ୱକପ: 2021
- ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍: 2021-23
ଅନ୍ୟପଟେ ଭାରତର ଆଇସିସି ଟ୍ରଫି ଜିତିବର ଅପେକ୍ଷା ଆହୁରି ଲମ୍ବା ହୋଇଛି । ଗତ 10 ବର୍ଷ ମଧ୍ୟରେ ଦଳ 9ଟି ଆଇସିସି ଇଭେଣ୍ଟରେ ଫେଲ ହୋଇଛି । ଇଂଲଣ୍ଡରେ ଶେଷଥର ପାଇଁ 2013 ଚାମ୍ପିଅନ୍ସ ଟ୍ରଫି ପରଠାରୁ ଭାରତ ଆଇସିସି ଫାଇନାଲରେ ଚତୁର୍ଥ ପରାଜୟର ସମ୍ମୁଖୀନ ହୋଇଛି । ଭାରତ ମଧ୍ୟ 2014 ଟି-20 ବିଶ୍ୱକପ, 2017 ଚାମ୍ପିଅନ୍ସ ଟ୍ରଫି ଏବଂ 2021ରେ ନ୍ୟୁଜିଲ୍ୟାଣ୍ଡଠୁ WTC ଫାଇନାଲରେ ପରାସ୍ତ ହୋଇଥିଲା ।












Click it and Unblock the Notifications