U19 World Cup: ଭାରତକୁ ୭୯ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ
U19 World Cup:୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍ରେ ହାରିଲା ଭାରତ । ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍ରେ ହାରିଲା ଭାରତ । ଅଷ୍ଟ୍ରେଲିଆ ହେଲା ଚାମ୍ପିଅନ, ଭାରତ ରନର୍ସଅପ୍ରେ ସୀମିତ । ଫାଇନାଲ୍ ମ୍ୟାଟ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୨୫୩ ରନ କରିଥିଲା ଓ ଜବାବରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଛି ।

ଚାମ୍ପିଅନ ହେବା ପାଇଁ ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । କିନ୍ତୁ ଏହାର ପିଛା କରିବାକୁ ଯାଇ ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଆଦର୍ଶ ସିଂ ୪୭ ରନ ଓ ମୁରୁଗନ ଅଭିଷେକ ୪୨ ରନ କରିଥିଲେ । ମୁସୀର ଖାଁ ୨୨ରନ କରିଥିଲେ ।
କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାଫଳରେ ଭାରତର ସ୍କୋର ୧୭୪ ରନରେ ଅଟକି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାହଲି ବିୟର୍ଡମ୍ୟାନ ଓ ରାଫ ମାକମିଲାନ ୩ଟି ଲେଖାଏ୍ଁ ୱିକେଟ ନେଇଥିଲେ ।












Click it and Unblock the Notifications