ଇଂଲଣ୍ଡକୁ ସୁପର-୮ରେ ପହଞ୍ଚାଇଲ ଅଷ୍ଟ୍ରେଲିଆ; ସ୍କଟଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ରୋମାଞ୍ଚକର ବିଜୟ

ଇଂଲଣ୍ଡକୁ ସୁପର ୮ ଟିକେଟ ଦେଲା ଅଷ୍ଟ୍ରେଲିଆ । ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହିତ ଇଂଲଣ୍ଡର ସୁପର-୮ ଯିବା ନିଶ୍ଚିତ ହେଇଛି ।

ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ପ୍ଲେୟାର ସାଜିଥିଲେ ମାର୍କସ ଷ୍ଟୋଇନିସ୍ ଏବଂ ଟ୍ରାଭିସ୍ ହେଡ୍ । ଦୁଇ ଜଣ ଚତୁର୍ଥ ୱିକେଟରେ ୮୦ ରନର ପାର୍ଟନରସିପ୍ କରିଥିଲେ । ଓପନର ଟ୍ରାଭିସ୍ ହେଡ୍ ୪୯ ବଲରେ ୬୮ ରନର ଇଂନିସ୍ ଖେଳିଥିଲେ । ହେଡ୍ ତାଙ୍କ ଇଂନିସରେ ୫ଟି ଚୌକା ସହ ୪ଟି ଛକା ମାରିଥିଲେ । ସେହିପରି ଷ୍ଟୋଇନିସ୍ ୨୯ ବଲରୁ ଧୂଆଁଧାର ୫୯ ରନର ଇଂନିସ୍ ଖେଳିଥିଲେ ।

ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ୍ କରିଥିଲା ସ୍କଟଲ୍ୟାଣ୍ଡ । ଏହାପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୨୦ ଓଭରରେ ୧୮୧ ରନ୍ ଆବଶ୍ୟକ ହେଉଥିଲା । କଙ୍ଗାରୁ ଦଳ ୨୦ ଓଭରର ଚତୁର୍ଥ ବଲରେ ହିଁ ବିଜୟ ହାସଲ କରିବା ସହ ବିଶ୍ୱକପର ସୁପର-୮ ଦଳ ଧାର୍ଯ୍ୟ କରିଛି ।

Australia break Scotland

ଗ୍ରୁପ-ବିରୁ ଅଷ୍ଟ୍ରେଲିଆ ସୁପର-୮ ପାଇଁ କ୍ୱାଲିଫାଏ କରିସାରିଥିବାବେଳେ, ଏବେ ଇଂଲଣ୍ଡ ଦଳ ଦ୍ୱିତୀୟ ଟିମ୍ ପାଇଁ ସୁପର-୮ରେ ପ୍ରବେଶ କରିଛି ।

ସୂଚନାଯୋଗ୍ୟ ଯେ, ଗ୍ରୁପ ବିରେ ୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ସୁପର-୮କୁ କ୍ୱାଲିଫାଏ କରିଛି । ଏଥିସହ ଇଂଲଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଉଭୟ ଟିମ୍ ୫ ପଏଣ୍ଟ ସହ ସମାନ ରହିଥିଲେ । ହେଲେ ଉନ୍ନତ ରନ୍ ରେଟ୍ ଆଧାରରେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ସୁପର-୮କୁ ଉତ୍ତୀର୍ଣ୍ଣ ହେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+