ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ଥରିଲା ଦୁବାଇ

ନ୍ୟୁଜିଲାଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଇସିସି ଟି-20 ବିଶ୍ୱକପ 2021 ର ଫାଇନାଲ ମ୍ୟାଚ ପୂର୍ବରୁ ଦୁବାଇରେ ଭୂକମ୍ପ ହୋଇଥିଲା। ରବିବାର ସନ୍ଧ୍ୟାରେ ଦକ୍ଷିଣ ଇରାନରେ 6.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭତ ହୋଇଛି ।

ଦୁବାଇ: ନ୍ୟୁଜିଲାଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଇସିସି ଟି-20 ବିଶ୍ୱକପ 2021 ର ଫାଇନାଲ ମ୍ୟାଚ ପୂର୍ବରୁ ଦୁବାଇରେ ଭୂକମ୍ପ ହୋଇଥିଲା। ରବିବାର ସନ୍ଧ୍ୟାରେ ଦକ୍ଷିଣ ଇରାନରେ 6.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭତ ହୋଇଛି । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ, ଲୋକମାନେ ଘରୁ ବାହାରକୁ ଆସି ଯାଇଥିଲେ। ତେବେ କୌଣସି ପ୍ରକାରର କ୍ଷତି ହୋଇ ନାହିଁ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, "ଦକ୍ଷିଣ ଇରାନ ଅଞ୍ଚଳର ବାନ୍ଦର ଅବ୍ବାସ ସହରଠାରୁ ପ୍ରାୟ 47 କିଲୋମିଟର ଦୂରରେ ରବିବାର ଦିନ 6.5 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ୟୁଏଇରେ ଏହି କମ୍ପନର ତୀବ୍ରତା 2.3 ଥିଲା।"

AUS vs NZ

ଦୁବାଇର ବିଭିନ୍ନ ସହରରେ ଦୁଇରୁ ତିନି ଥର କମ୍ପନ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଶାରଜାରେ ମଧ୍ୟ ଦୃଶ୍ୟମାନ ହେଉଥିଲା । ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରୁ ପ୍ରସାରଣକାରୀମାନେ ସେମାନଙ୍କ ମ୍ୟାଚ୍ ପୂର୍ବରୁ ପ୍ରସାରଣ ଜାରି ରଖିଥିବାରୁ ଏ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି। ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ବହୁତ ମହତ୍ୱ ବହନ କରୁଛି । ଉଭୟ ଦଳ ଯେକୌଣସି ମୂଲ୍ୟରେ ଏହାକୁ ଜିତିବାକୁ ଚାହାଁନ୍ତି, କାରଣ ଉଭୟ ଦଳର ଟି-20 ଟ୍ରଫି ଉଠାଇବାର ସ୍ୱପ୍ନ ପୂରଣ ହୋଇ ନାହିଁ।

ସୂଚନାଥାଉ କି, ୱିଲିୟମସନଙ୍କ (85) ଅଧିନାୟକ ପାଳି ବଳରେ ସବୁଠାରୁ ବିଶାଳ ରନ (173) ଟାର୍ଗେଟ୍ ଅଷ୍ଟ୍ରେଲିଆ ସାମ୍ନାରେ ଆଣି ଠିଆ କରି ଦେଇଛି ଅପେକ୍ଷାକୃତ ଦୁର୍ବଳ ଦେଖାଯାଉଥିବା କିୱି ଟିମ୍ । ସେହିପରି ଟସ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ଦେବା ଭାରି ପଡିଛି କଙ୍ଗାରୁ କ୍ୟାପଟେନ ଆରନ ଫିଞ୍ଚିଙ୍କୁ । ଏବେ ପ୍ରଥମ ବିଶ୍ୱକପ ଟାଇଟେଲ ଟେକିବାକୁ 173 ରନର ଆବଶ୍ୟକ ରହିଛି କଙ୍ଗାରୁ ଦଳ ପାଇଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+