ଏସୀୟ ପାରା ଗେମ୍ସ: ପୁରୁଷ 5000 ମିଟର T11 ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲେ ଅଙ୍କୁର ଧାମା
ସୋମବାର ଚୀନ୍ର ହାଙ୍ଗଜୋରେ ଚାଲିଥିବା ଏସୀୟ ପାରା ଗେମ୍ସରେ ପୁରୁଷ 5000 ମିଟର T11 ଇଭେଣ୍ଟରେ ଭାରତର ଅଙ୍କୁର ଧାମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୯ ବର୍ଷୀୟ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଙ୍କୁର ୧୬:୩୭.୨୯ ମିନିଟରେ ରେସ ଶେଷ କରିବା ପରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏସୀୟ ପାରା ଗେମ୍ସରେ ଭାରତ୧୨ଟି ପଦକ ସହ ଆଜିର ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ୫ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୨ଟି ବ୍ରୋଞ୍ଜ ରହିଛି ।

ଏହାପୂର୍ବରୁ ଆଜି ଭାରତ ପୁରୁଷ କ୍ଲବ ଥ୍ରୋ F51 ଇଭେଣ୍ଟରେ ତିନୋଟି ପଦକ ହାସଲ କରି ପ୍ରଣବ ସୁରମା ସ୍ୱର୍ଣ୍ଣ ଜିତିଥିଲେ । 29 ବର୍ଷୀୟ ପ୍ରଣବ 30.01 ମିଟର ପ୍ରୟାସରେ ଏସିଆନ୍ ପାରା ଗେମ୍ସ ରେକର୍ଡ ଭାଙ୍ଗିଥିବାବେଳେ ଧରମବୀର (28.76 ମିଟର) ଏବଂ ଅମିତ କୁମାର (26.93 ମିଟର) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
Another Golden Triumph for 🇮🇳 at #AsianParaGames 🥳#ParaAthletics
Shoutout to @AnkurAthlete's sensational victory in the Men's 5000m T11 event 🥳
Many congratulations Champ👏💪🏻#Cheer4India#Praise4Para#HallaBol#JeetegaBharat 🇮🇳 pic.twitter.com/WPN7e303PR
— SAI Media (@Media_SAI) October 23, 2023
ହାଇ ଜମ୍ପରେ ଶିଲେଶ କୁମାର ସ୍ୱର୍ଣ୍ଣ ପଦକ ଜିତିବା ପରେ ବର୍ତ୍ତମାନ ଅବନୀ ଲେଖରା ମଧ୍ୟ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ରାଇଫଲ ଏସଏଚ୧ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଏସିଆନ ପାରା ଗେମ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ୭ ଓଡ଼ିଆ । ପଦ୍ମଶ୍ରୀ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ୱିନୀ ନାୟକ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ଭି.ରମେଶ ରାଓ, ରାଖାଲ କୁମାର ସେଠୀ ମଧ୍ୟ ପ୍ରତିନିଧିତ୍ୱ କରିବେ । ସେହିପରି ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୌନ୍ଦର୍ଯ୍ୟ ପ୍ରଧାନ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ।
ଚଳିତ ଏସିଆନ୍ ଗେମ୍ସ ୨୦୨୩ରେ ଇତିହାସ ରଚିଛି ଭାରତ । ଚୀନ୍ର ହାଙ୍ଗଜୋରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତ ୧୦୭ ପଦକ ଜିତିଥିଲା। ମୋଟ ୨୮ଟି ସ୍ଵର୍ଣ୍ଣ, ୩୮ ରୌପ୍ୟ ଓ ୪୧ ଟି ବ୍ରୋଞ୍ଚ ପଦକ ହାସଲ କରିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସମସ୍ତ ଖେଳାଳିଙ୍କୁ ଭେଟି ଉତ୍ସାହିତ କରିଥିଲେ












Click it and Unblock the Notifications