Get Updates
Get notified of breaking news, exclusive insights, and must-see stories!

ଏସିଆନ ପାରା ଗେମ୍ସ: ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ପ୍ରମୋଦଙ୍କ ସମେତ ୭ ଓଡ଼ିଆ

ଏସିଆନ ପାରା ଗେମ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ୭ ଓଡ଼ିଆ । ପଦ୍ମଶ୍ରୀ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ପୂଜାସ୍ୱିନୀ ନାୟକ ଭାରତ ପାଇଁ ପ୍ରତିନିଧିତ୍ବ କରିବେ । ଭି.ରମେଶ ରାଓ, ରାଖାଲ କୁମାର ସେଠୀ ମଧ୍ୟ ପ୍ରତିନିଧିତ୍ୱ କରିବେ । ସେହିପରି ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ସୌନ୍ଦର୍ଯ୍ୟ ପ୍ରଧାନ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ।

ସୂଚନାଯୋଗ୍ୟ, ୨୦୨୦ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିବା ପ୍ରମୋଦ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି । ୨୦୧୯ରେ ସେ ଅର୍ଜୁନ ଏବଂ ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ । ୨୦୨୧ରେ ଖେଳରତ୍ନ ପୁରସ୍କାର ପାଇଥିବା ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

pramod_bhagat

ଚଳିତ ଏସିଆନ୍ ଗେମ୍ସ ୨୦୨୩ରେ ଇତିହାସ ରଚିଛି ଭାରତ । ଚୀନ୍‌ର ହାଙ୍ଗଜୋରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତ ୧୦୭ ପଦକ ଜିତିଥିଲା। ମୋଟ ୨୮ଟି ସ୍ଵର୍ଣ୍ଣ, ୩୮ ରୌପ୍ୟ ଓ ୪୧ ଟି ବ୍ରୋଞ୍ଚ ପଦକ ହାସଲ କରିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସମସ୍ତ ଖେଳାଳିଙ୍କୁ ଭେଟି ଉତ୍ସାହିତ କରିଥିଲେ ।

ଚୂଡାନ୍ତ ଫଳାଫଳ ପର୍ଯ୍ୟନ୍ତ ନୂଆ ଭାରତ ଉଦ୍ୟମ ଛାଡିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଅନ୍ତିମ ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ନୂତନ ଭାରତ ନିଜର ଉଦ୍ୟମ ଛାଡିବ ନାହିଁ। ଆମର ପ୍ରୟାସ ହେଉଛି ଭାରତୀୟ ଖେଳାଳିଙ୍କୁ ଦୁନିଆର ସର୍ବୋତ୍ତମ ସୁବିଧା ଯୋଗାଇବା । ଆମର ପ୍ରୟାସ ହେଉଛି ଯେ ଭାରତୀୟ ଖେଳାଳିମାନେ ଦେଶ ତଥା ବିଦେଶରେ ଖେଳିବାର ସର୍ବାଧିକ ସୁଯୋଗ ପାଇବେ । ଗ୍ରାମରେ ବାସ କରୁଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ସର୍ବାଧିକ ସୁଯୋଗ ଯୋଗାଇବା ଆମର ପ୍ରୟାସ । ଭାରତ ଏସିଆନ ଗେମ୍ସରେ ମୋଟ ୧୦୭ଟି ପଦକ ହାସଲ କରିଛି ।

1951 ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । କେବଳ 2018 ରେ ଜାକାର୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ 70 ଟି ପଦକ ମିଳିଥିଲା । ଏଥିରେ 16 ସ୍ୱର୍ଣ୍ଣ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+