ଏସିଆନ୍ ଗେମ୍ସ: ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ୍, ଶ୍ରୀଲଙ୍କାକୁ ହରାଇ ରଚିଲା ଇତିହାସ
Asian Games: ଏସିଆନ ଗେମରେ ବଡ ଉପଲବ୍ଧି ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି ।

ଏସିଆନ୍ ଗେମ୍ସର ଫାଇନାଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକ ନିଷ୍ପତ୍ତି ନେଇଥିବା ଭାରତୀୟ ମହିଳା ଟିମ୍। ଓପନର ସ୍ମୃତି ମାନ୍ଧାନାଙ୍କ ଦର୍ଶନୀୟ ଇନିଂସ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ଭାରତୀୟ ମହିଳା ଦଳ ସଂଗ୍ରହ କରିଥିଲା ୧୧୬ ରନ୍ । ଜବାବରେ ଶ୍ରୀଲଙ୍କା ମହିଳା ଟିମ୍ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ମାତ୍ର ୯୭ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ଫାଇନାଲ ମୁକାବିଲାକୁ ୧୯ ରନ୍ରେ ଜିତି ଟାଇଟଲ ହାତେଇଛି ଭାରତୀୟ ମହିଳା ଟିମ୍ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୭ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୧୧୬ ରନ୍ । ଦଳ ପକ୍ଷରୁ ସ୍ମୃତି ମାନ୍ଧାନା ୪୫ ବଲ ଖେଳି ସର୍ବାଧିକ ୪୬ ରନ୍ କରିଥିବା ବେଳେ ଜେମିମା ରୋଡ୍ରିଗସ୍ ୪୦ ବଲ ଖେଳି ୪୨ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍ ଆଖିଦୃଶିଆ ସ୍କୋର କରିପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ଉଦେସିକା ପ୍ରଭୋଧାନୀ ୧୬ ରନ୍ ଦେଇ ଦୁଇଟି, ସୁଗନ୍ଧିକା କୁମାରୀ ୩୦ ରନ୍ ଦେଇ ୨ଟି ଓ ଇନୋକା ରଣଓ୍ବେରା ୨୧ ରନ୍ ଦେଇ ଦୁଇଟି ଓ୍ବିକେଟ୍ ନେଇଥିଲେ ।












Click it and Unblock the Notifications