ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

Asian Games: ଏସିଆନ୍ ଗେମ୍ସରେ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ । ମହିଳା ୨୫ ମିଟର ପିସ୍ତଲ ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଛି । ମନୁ ଭାକର, ଇଶା ସିଂ ଓ ରିଦିମ୍ ସଙ୍ଗୱାନଙ୍କୁ ମିଳିତ ଭାକେ ସଫଳତା ମିଳିଛି । ଏପର୍ଯ୍ୟନ୍ତ ଏସିଆନ୍ ଗେମ୍ସରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ଜିତିଛି । ସେହିପରି ୫ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ପଦକ ଭାରତର ଖାତାରେ ରହିଛି । ମୋଟ୍ ୧୬ଟି ପଦକ ସହ ସପ୍ତମ ସ୍ଥାନରେ ରହିଛି ଭାରତ ।

asian games

ସୂଚନାଥାଉ ଯେ, ଭାରତର ଅଶ୍ୱ ଚାଳନା ଟିମ୍ ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଏହି ଟିମରେ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଶ ଅଗ୍ରୱାଲ ଓ ହୃଦୟ ଛେଡ଼ା ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟିମ୍ ୨୦୯.୨୦୫ ପଏଣ୍ଟ ହାସଲ କରିଛି । ସେହିପରି ଭାରତ ଅଶ୍ୱ ଚାଳନା କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ଜିତିଛି । ଏହାପୂର୍ବରୁ ୧୯୮୨ ଏସିଆନ ଗେମ୍ସରେ ଭାରତ ଅଶ୍ୱ ଚାଳନାରେ ୩ଟି ସ୍ୱର୍ଣ୍ଣ ଜିତିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+