ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟି ତଥା ପଦ୍ମଶ୍ରୀ ବକ୍ସର ଡିଙ୍ଗକୋ ସିଂ ପରଲୋକ

ଆରପାରିରେ ଭାରତୀୟ ବକ୍ସର ଡିଙ୍ଗକୋ ସିଂ । ଲିଭର କ୍ୟାନ୍ସରେ ଆକ୍ରାନ୍ତ ଥିବା ଡିଙ୍ଗକୋ ସିଂଙ୍କ ୪୨ ବର୍ଷରେ ପରଲୋକ ଘଟିଛି ।

ନୂଆଦିଲ୍ଲୀ: ଆରପାରିରେ ଭାରତୀୟ ବକ୍ସର ଡିଙ୍ଗକୋ ସିଂ । ଲିଭର କ୍ୟାନ୍ସରେ ଆକ୍ରାନ୍ତ ଥିବା ଡିଙ୍ଗକୋ ସିଂଙ୍କ ୪୨ ବର୍ଷରେ ପରଲୋକ ଘଟିଛି । ଏହି ପୂର୍ବତନ ବକ୍ସର ଭାରତ ପାଇଁ ୧୯୯୮ ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତଥିବା ବେଳେ 2013ରେ ଦେଶର ସର୍ବୋଚ୍ଚ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ହୋଇଛନ୍ତି ।

Dingko Singh

ଗତବର୍ଷ ମେ' ମାସରେ ଡିଙ୍ଗକୋ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆରୋଗ୍ୟ ହୋଇଥିଲେ । ଗତବର୍ଷ ଲିଭର କ୍ୟାନସର ଚିକିତ୍ସା ପାଇଁ ତାଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡିଙ୍ଗକୋଙ୍କ ମୃତ୍ୟୁରେ ଭାରତ ଜଣେ ମହାନ୍ ବକ୍ସରଙ୍କୁ ହରାଇଲା ଦେଶରେ ବକ୍ସିଂକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ, ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍ଗକୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+