For Quick Alerts
Turn On Notification  
For Daily Alerts
Oneindia App Download

ଏସିଆନ ଗେମ୍ସ ଗୋଲ୍ଡ ମେଡାଲିଷ୍ଟି ତଥା ପଦ୍ମଶ୍ରୀ ବକ୍ସର ଡିଙ୍ଗକୋ ସିଂ ପରଲୋକ

ଆରପାରିରେ ଭାରତୀୟ ବକ୍ସର ଡିଙ୍ଗକୋ ସିଂ । ଲିଭର କ୍ୟାନ୍ସରେ ଆକ୍ରାନ୍ତ ଥିବା ଡିଙ୍ଗକୋ ସିଂଙ୍କ ୪୨ ବର୍ଷରେ ପରଲୋକ ଘଟିଛି ।

|

ନୂଆଦିଲ୍ଲୀ: ଆରପାରିରେ ଭାରତୀୟ ବକ୍ସର ଡିଙ୍ଗକୋ ସିଂ । ଲିଭର କ୍ୟାନ୍ସରେ ଆକ୍ରାନ୍ତ ଥିବା ଡିଙ୍ଗକୋ ସିଂଙ୍କ ୪୨ ବର୍ଷରେ ପରଲୋକ ଘଟିଛି । ଏହି ପୂର୍ବତନ ବକ୍ସର ଭାରତ ପାଇଁ ୧୯୯୮ ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତଥିବା ବେଳେ 2013ରେ ଦେଶର ସର୍ବୋଚ୍ଚ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ହୋଇଛନ୍ତି ।

Dingko Singh

ଗତବର୍ଷ ମେ' ମାସରେ ଡିଙ୍ଗକୋ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆରୋଗ୍ୟ ହୋଇଥିଲେ । ଗତବର୍ଷ ଲିଭର କ୍ୟାନସର ଚିକିତ୍ସା ପାଇଁ ତାଙ୍କୁ ଇମ୍ପାଲରୁ ଦିଲ୍ଲୀ ଅଣାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଡିଙ୍ଗକୋଙ୍କ ମୃତ୍ୟୁରେ ଭାରତ ଜଣେ ମହାନ୍ ବକ୍ସରଙ୍କୁ ହରାଇଲା ଦେଶରେ ବକ୍ସିଂକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ, ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍ଗକୋ ସିଂଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Asian Games Gold Medallist Boxer Dingko Singh Dies Aged 42
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X