ଏସିଆନ୍ ଗେମ୍ସର ସ୍ଵର୍ଣ୍ଣ ବିଜେତା ନିରଜ ଚୋପ୍ରା ଓ ରୌପ୍ୟ ବିଜୟୀ କିଶୋରଙ୍କୁ ବାଲୁକାକଳାରେ ଶୁଭେଛା

ଏସିଆନ୍ ଗେମ୍ସରେ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ବାଲୁକାକଳାରେ ଶୁଭେଛା । ଏସିଆନ ଗେମ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ଅଲିମ୍ପିକ ସ୍ଵର୍ଣ୍ଣ ବିଜେତା ନିରଜ ଚୋପ୍ରାଙ୍କ ସହ କଡା ଟକର ଦେଇ ଅଳ୍ପକେ ସ୍ୱର୍ଣ୍ଣ ପଦକ ହରେଇଥିବା ବେଳେ ରୌପ୍ୟ ହାତେଇଛନ୍ତି ଓଡ଼ିଆ ପୁଅ କିଶୋର ।

ଆଉ ପୁଣି ସୁନା ପାଇଛନ୍ତି ସୁନା ପୁଅ ନିରଜ । ତେବେ ଦୁହେଁ ଭାରତ ପାଇଁ ଗର୍ଵ ଆଣିଥିବା ବେଳେ ବାଲୁକାକଳା ମାଧ୍ୟମରେ ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ । ଏହି ରଙ୍ଗୀନ ବାଲୁକାକଳାରେ ପ୍ରାୟ ୫୦୦ ଷ୍ଟିଲ ବାଉଲ ଇଂଷ୍ଟାଲ ହୋଇଥିବା ବେଳେ ଖୁବ ସୁନ୍ଦର ଭାବରେ ଭାରତ ହାତକୁ ଆସିଥିବା ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଉଭୟକୁ ସ୍ଥାନିତ କରିଛନ୍ତି ସୁଦର୍ଶନ ।

ଏହାସହିତ ପ୍ରାୟ ୧୦ ଫୁଟର ଏହି କଳାରେ ଜାଭେଲିନକୁ ସ୍ଥାନିତ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ବିଶେଷକରି ଓଡ଼ିଆ ତଥା ପୁରୀର ସୁନା ପୁଅ କିଶୋର ଓଡିଶାର ଗର୍ଵ ଓ ଗୌରବକୁ ବଢ଼ାଇଥିବାରୁ ତାଙ୍କର ସଫଳତା କାମନା କରିଛନ୍ତି ସୁଦର୍ଶନ । ସେପଟେ କିଶୋରଙ୍କ ସଫଳତା ପରେ ତାଙ୍କ ଜନ୍ମ ମାଟି ଓ ପୁରୀ ସହର ତଥା ରାଜ୍ୟର ତମାମ ଜାଗାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

SAND_ART

ଏସୀୟ କ୍ରୀଡ଼ାରେ ରୌପ୍ୟ ପାଇଁ କିଶୋରଙ୍କୁ ପୁରସ୍କାର ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରସ୍କାର ଘୋଷଣା ସହ କିଶୋରଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ । କିଶୋର ରାଜ୍ୟ ପାଇଁ ଐତିହାସିକ କ୍ଷଣ ସୃଷ୍ଟି କରିଥିବା କହିଲେ ନବୀନ।

ନୀରଜ ଚୋପ୍ରା ତାଙ୍କର ଚତୁର୍ଥ ପ୍ରୟାସରେ 88.88 ମିଟର ଫିଙ୍ଗିଥିଲେ । ଯେତେବେଳେ କି ୪ର୍ଥ ଥ୍ରୋରେ କିଶୋର 87.54 ମିଟର ଫିଙ୍ଗି ଥିଲେ । ତେବେ ରୌପ୍ୟ ପଦକ ସହିତ ଜେନା କିଶୋରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହିପରି ଭାବେ ଜାଭେଲିନ୍ ଥ୍ରୋରେ ଉଭୟ ସ୍ୱର୍ଣ୍ଣ ପଦକ ଏବଂ ରୌପ୍ୟ ପଦକ ଭାରତ ପାଖକୁ ଆସିଛି ।

ଏଥି ସହିତ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଯେତେବେଳେ କି ଜାଭେଲିନ୍ ଥ୍ରୋରେ ଭାରତୀୟ କିମ୍ବଦନ୍ତୀ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+