ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
Odisha Athlete Kishore Jena: ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା । ଟ୍ୱିଟ୍ କରି ସୂଚନା ଦେଲା ଭାରତୀୟ ଆଥଲେଟିକ ମହାସଂଘ । ଏସିଆନ୍ ଗେମ୍ସରେ ଆଜି ଖେଳା ଯାଇଥିବା ଜାଭାଲେିନ୍ ଥ୍ରୋ ମ୍ୟାଚରେ ଓଡିଆ ପୁଅ କିଶୋର ଜେନା ବି କମାଲ୍ କରିଛନ୍ତି ।
୪ର୍ଥ ଥ୍ରୋରେ କିଶୋର 87.54 ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । ଏଥି ସହିତ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଯେତେବେଳେ କି ଜାଭେଲିନ୍ ଥ୍ରୋରେ ଭାରତୀୟ କିମ୍ବଦନ୍ତୀ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଓଡିଆ ପୁଣି କିଶୋର ଜେନା ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ସହ ଦୃଢ ପ୍ରତିଯୋଗିତା କରିଥିଲେ । ଏକ ସମୟରେ ନୀରଜ ଚୋପ୍ରା ଜେନା କିଶୋରଙ୍କଠାରୁ ପଛରେ ଥିଲେ । କିନ୍ତୁ ଏହା ପରେ ନୀରଜ ଚୋପ୍ରା ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ବିଶେଷ କରି ନୀରଜ ଚୋପ୍ରା ତାଙ୍କର ଚତୁର୍ଥ ପ୍ରୟାସରେ 88.88 ମିଟର ଫିଙ୍ଗିଥିଲେ । ଯେତେବେଳେ କି ୪ର୍ଥ ଥ୍ରୋରେ କିଶୋର 87.54 ମିଟର ଫିଙ୍ଗି ଥିଲେ । ତେବେ ରୌପ୍ୟ ପଦକ ସହିତ ଜେନା କିଶୋରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଏହିପରି ଭାବେ ଜାଭେଲିନ୍ ଥ୍ରୋରେ ଉଭୟ ସ୍ୱର୍ଣ୍ଣ ପଦକ ଏବଂ ରୌପ୍ୟ ପଦକ ଭାରତ ପାଖକୁ ଆସିଛି । ଏବେ ଭାରତର ପଦକ ସଂଖ୍ୟା 78 କୁ ବୃଦ୍ଧି ପାଇଛି । ଏଥି ସହିତ ଭାରତ ପାଇଁ ଏହା ହେଉଛି 17 ତମ ସ୍ୱର୍ଣ୍ଣ ପଦକ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications