ଏସିଆନ ଗେମ୍ସ : ପ୍ରତି ଓଡ଼ିଆ ଖେଳାଳିଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର : ଓଡିଆ ଏସିଆନ ଗେମ୍ସ ଖେଳାଳିଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଖେଳାଳିଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା । ଏହା ଦ୍ବାରା ସେମାନଙ୍କର ଟ୍ରେନିଂ ଓ ପ୍ରସ୍ତୁତି ଆହୁରି ଭଲ ହେବ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହି ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଅନୁସାରେ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡିଛି । ଏସିଆନ ଗେମ୍ସ ପାଇଁ ଚୟନ ହୋଇଥିବା ୧୩ ଖେଳାଳିଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି ।

ସେହି ୧୩ଜଣ ଖେଳାଳି ହେଉଛନ୍ତି କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ଅନୁପମା ସ୍ୱାଇଁ, ନେହା ଦେବୀ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ତରୁଲତା ନାଏକ ଏବଂ ମାମା ନାଏକ । ପ୍ରତି ଖେଳାଳୀଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବା ନେଇ ଘୋଷଣା କରାଯାଇଛି ।

ASIAN_GAMES

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ଯାଏଁ ଚାଲିବ ଏସିଆନ୍ସ ଗେମ୍ସ । ଏଥିରେ ୧୩ ଜଣ ଓଡିଆ ଖେଳାଳି ଚୟନ ହୋଇଛନ୍ତି । ଏ ନେଇ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ମିଳିବା ଦ୍ଵାରା ସେମାନଙ୍କ ଟ୍ରେନିଂ, ପ୍ରସ୍ତୁତି ଆହୁରି ଭଲ ହେବ । ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+