ଏସିଆନ ଗେମ୍ସ: ସେମିଫାଇନାଲରେ ଭାରତ
ହାଙ୍ଗଝୋ: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳା ଯାଇଥିଲା । ବର୍ଷା ଯୋଗୁ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲ । ଏହା ସହ ଭାରତୀୟ ମହିଳା ଦଳ ବର୍ତ୍ତମାନ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି ।

ତେବେ ଶୀର୍ଷ ର଼୍ୟାଙ୍କିଙ୍ଗ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨ ୱିକେଟ ବିନିମୟରେ ୧୭୩ ରନ କରିଥିଲା । ଶେଫାଳୀ ବର୍ମା ୩୯ ବଲରେ ୬୭ ଓ ଜେମିମା ରୋଡ୍ରିଗ୍ୟୁଜ ୪୭ ରନ କରି ଅପରାଜିତ ରହିଥିଲେ । ବର୍ଷା ଯୋଗୁ ମ୍ୟାଚକୁ ୧୫ ଓଭର କରାଯାଇଥିଲା ।
ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ମାଲେସିଆ ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖା ଯାଇଥିଲା । ମାଲେସିଆ ୨ଟି ବଲରେ ୧ ରନ କରିଥିବା ବେଳେ ପୁନର୍ବାର ବର୍ଷା ହୋଇଥିଲା । ଶୀର୍ଷ ର଼୍ୟାଙ୍କିଙ୍ଗ ଆଧାରରେ ଭାରତକୁ ବିଜୟୀ ଘୋଷିତ କରା ଯାଇଥିଲା । ୨୪ରେ ଭାରତ ସେମିଫାଇନାଲ ମ୍ୟାଚ ଖେଳିବ ।












Click it and Unblock the Notifications