ସ୍ଵର୍ଣ୍ଣ ପଦକ ପାଇଁ ଆଫଗାନିସ୍ତାନ ବିରୁଦ୍ଧରେ ଫାଇନଲ ଖେଳିବ ଭାରତୀୟ ଦଳ
ଏସିଆନ୍ ଗେମ୍ସ ଟି-୨୦ ଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଭାରତ । କ୍ରିକେଟର ପୁରୁଷ ଇଭେଣ୍ଟରେ ପ୍ରଥମ ସ୍ଵର୍ଣ୍ଣ ପଦକ ପାଇଁ ଆସନ୍ତାକାଲି ଆଫଗାନିସ୍ତାନ ନକୁ ଭେଟିବ ଭାରତ । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ।
ଦ୍ଵିତୀୟ ସେମି ଫାଇନାଲରେ ପାକିସ୍ତାନ ହରାଇଛି ଆଫଗାନିସ୍ଥାନ ।ପାକିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରି ମାତ୍ର ୧୮ ଓଭର ଖେଳି ୧୧୫ ରନ ସ୍କୋର କରିପାରିଥିଲା । ଜବାବରେ ଆଫଗନିସ୍ତାନ ୧୭.୫ ଓଭରରେ ଏହି ଲକ୍ଷ୍ୟ ହାସଲ କରିଛି । ଆସନ୍ତାକାଲି ସ୍ଵର୍ଣ୍ଣ ପଦକ ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଦୁଇ ଦଳ ଚମ୍ପିଆନ୍ ହେବା ପାଇଁ ଖେଳିବେ । ୟୁସୁଫଙ୍କୁ ଛାଡ଼ି ପାକିସ୍ତାନ ତରଫରୁ ଆଉ କେହି ଭଲ ଖେଳି ପାରିନଥିଲେ । ଆଫଗାନିସ୍ଥାନ ତରଫରୁ ଫରିଦ ଅହମ୍ମଦ ତିନୋଟି ୱିକେଟ ନେଇଥିଲେ ।

ସେହିପରି ଆଜି ପ୍ରଥମ ଶେମିରେ 97 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 9.2 ଓଭରରେ ହାସଲ କରିଛି । ତିଳକ ବର୍ମା ମାତ୍ର 25 ବଲ୍ରୁ ବିସ୍ଫୋରକ ଅର୍ଦ୍ଧଶତକ କରିଛନ୍ତି । ଏହା ପରେ ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବ ଭାରତୀୟ ଟିମ୍ ।
ବାଂଲାଦେଶ ବିପକ୍ଷ ସେମିରେ ଯଶସ୍ୱୀ ଜୈସୱାଲ ଓ ଋତୁରାଜ ଗାଏକ୍ୱାଡ ପାଳି ଆରମ୍ଭ କରିଥିଲେ । ଜୈସୱାଲ l ଶୂନରେ ଆଉଟ୍ ହୋଇଯାଇଥିଲେ। ପରେ ଅଧିନାୟକ ଋତୁରାଜ ଗାଏକ୍ୱାଡ ୨୬ ବଲରେ ୪୦ ରନ କରି ଶେଷ ଯାଏ ତିଲକ ବର୍ମାଙ୍କ ସାଥ ଦେଇଥିଲେ । ଗାଏକ୍ୱାଡ ୩ଟି ଛକା ଓ ୪ଟି ଚୌକା ମାରି ଅପରାଜିତ ୪୦ ରନ କରିଥିଲେ । ତିଲକ ବର୍ମା ମାତ୍ର ୨୬ ବଲରେ ବିସ୍ଫୋରକ ୫୫ ରନର ଇନିଂସ ଖେଳିଥିଲେ ।
ଭାରତ ପକ୍ଷରୁ ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ୨ ୱିକେଟ ନେଇଥିଲେ। ସେହିଭଳି ଅର୍ଶଦୀପ ସିଂହ, ତିଲକ ବର୍ମା, ରବି ବିଷ୍ଣୋଇ ଓ ଶାହାବାଜ ଅହମ୍ମଦଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।
ଅପରପକ୍ଷରେ ଆଉ ଏକ ସ୍ୱର୍ଣ୍ଣ ଆଶାରେ ଭାରତ । ସ୍ୱର୍ଣ୍ଣ ପଦକ ଆଶାରେ ଆଜି ଜାପାନକୁ ଭେଟିବ ଭାରତୀୟ ପୁରୁଷ ହକି ଦଳ । ହରମନ୍ ପ୍ରୀତ ସିଂହଙ୍କ ନେତୃରେ ପୁରୁଷ ଦଳ ଗତ ଥରର ବିଜେତା ଜାପାନକୁ ଫାଇନାଲ୍ରେ ହରାଇ ସ୍ୱର୍ଣ୍ଣ ସହ ଅଲିମ୍ପିକ୍ ଟିକେଟ୍ ଲକ୍ଷ୍ୟରେ ରହିଛି । ଭାରତ ପୂର୍ବରୁ 3ଥର (2014,1997,1966)ରେ ଏସିଆଡ୍ ବିଜେତା ହୋଇଥିଲା । ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା ।












Click it and Unblock the Notifications