Get Updates
Get notified of breaking news, exclusive insights, and must-see stories!

ଏସିଆନ୍ ଗେମ୍ସ ୨୦୨୩:ଇତିହାସ ରଚିଲା ଭାରତ: ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Asian Games 2023: ଶନିବାର ଅର୍ଥାତ୍ ଅକ୍ଟୋବର ୭ ତାରିଖରେ ଏସିଆନ୍ ଗେମ୍ସ ୨୦୨୩ରେ ଇତିହାସ ରଚିଲା ଭାରତ । ଚୀନ୍‌ର ହାଙ୍ଗଜୋରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ପଦକ ଜିତିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା କବାଡି ଦଳ ତଥା ଦେଶବାସୀଙ୍କୁ ଏହି ଐତିହାସିକ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏଥର ଭାରତ ଏସିଆନ୍ ଗେମ୍ସରେ ୧୦୦ରୁ ଅଧିକ ପଦକ ଜିତିବାରେ ସଫଳ ହୋଇଛି ।

ସୋସିଆଲ ମିଡିଆ 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏସିଆନ୍ ଗେମ୍ସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଲୋକମାନେ ଆନନ୍ଦିତ ଯେ ଆମ ଦେଶ ୧୦୦ ପଦକ ମାଇଲଖୁଣ୍ଟରେ ପହଞ୍ଚିଛି । ଏହି ଅବସରରେ, ମୁଁ ଆମର ସମସ୍ତ ଆଥଲେଟ୍ ମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି କାରଣ ଭାରତ ଏହି ଐତିହାସିକ ସଫଳତା ହାସଲ କରିବାରେ ସଫଳ ହୋଇଛି । ଖେଳାଳିଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ ହେତୁ ଆଜି ଆମେ ଗର୍ବିତ ।

Asian Games 2023

ଭାରତୀୟ ଖେଳାଳିମାନେ ଏସିଆନ୍ ଗେମ୍ସ ୨୦୨୩ରେ ୧୦୫ ପଦକ ଜିତି ଇତିହାସ ରଚିଛନ୍ତି । ଭାରତର ମୋଟ ପଦକ ସଂଖ୍ୟା ୧୦୫ ରେ ପହଞ୍ଚିଛି । ସେଥିମଧ୍ୟରେ ରହିଛ ୨୮ ସ୍ୱର୍ଣ୍ଣ ପଦ, ୩୬ଟି ରୌପ୍ୟ ଏବଂ ୪୧ଟି ବ୍ରୋଞ୍ଜ ପଦକ ଜିତି ସାରିଛି । । ଟି-20 କ୍ରିକେଟ୍ ରେ ଭାରତର ପୁରୁଷ ଟିମ୍ କୁ ମିଳିଛି ସ୍ୱର୍ଣ୍ଣ ପଦକ । ଆଫଗାନିସ୍ତାନକୁ ହରାଇ ପଦକ ହାତେଇଛି ମେନ୍ ଇନ୍ ବ୍ଲୁ ଦଳ ।

ସୂଚନାଥାଉ ଯେ, ଏସିଆଲ୍ ଗେମ୍ସରେ ପୁରୁଷ କବାଡିରେ ଗୋଲ୍ଡ ମେଡାଲ ପାଇଲା ଭାରତ । ଇରାନ ଟିମକୁ ୩୩-୨୯ରେ ହରାଇ ଭାରତୀୟ ପୁରୁଷ କବାଡି ଟିମ୍ ସୂର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି । ସେହିପରି ମହିଳା କ୍ରିକେଟ୍ ଟିମ ପରେ ପୁରୁଷ କ୍ରିକେଟ୍ ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି । ତେବେ ଭାରତ ଓ ଆଫଗାନିସ୍ତାନରେ ଫାଇନାସ ମ୍ୟାଚ୍ ହେବାକୁ ଥିଲା ହେଲେ ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ ହୋଇଥିଲା । ହେଲେ ଆଫଗାନିସ୍ତାନ ଠାରୁ ଭାରତର ରାଙ୍କ୍ ଭଲ ଥିବାରୁ ଭାରତକୁ ବିଜେତା ଭାବେ ଘୋଷଣା କରାଯାଇଥିଲା ।

ଭାରତର ପଦକ ତାଲିକା

ଭାରତ ଏଯାବତ 28 ସ୍ୱର୍ଣ୍ଣ ପଦ, 36 ଟି ରୌପ୍ୟ ଏବଂ 41 ଟି ବ୍ରୋଞ୍ଜ ପଦକ ଜିତି ସାରିଛି । 1951 ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । କେବଳ 2018 ରେ ଜାକାର୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ 70 ଟି ପଦକ ମିଳିଥିଲା । ଏଥିରେ 16 ସ୍ୱର୍ଣ୍ଣ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+