ଏସିଆନ ଗେମ୍ସ: ହକି ଫାଇନାଲରେ ଭାରତ

ଏସୀୟ କ୍ରୀଡ଼ା ହକି । ଫାଇନାଲରେ ଭାରତ । ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ହରାଇଲା ଭାରତ । ୫-୩ ଗୋଲ୍‌ରେ ହରାଇ ଫାଇନାଲରେ ଭାରତ । ଏହା ସହ ଭାରତ ଆଉ ଏକ ପଦକ ପକ୍କା କରିଛି । ପୁରା ଏସିଆନ୍ ଗେମସରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା ।

ଭାରତୀୟ ପୁରୁଷ ହକି ଦଳ ଦକ୍ଷିଣ କୋରିଆ ସହିତ ଏକ ରୋମାଞ୍ଚକର ମାଚରେ ବିଜୟ ହାସଲ କରିଛି । ଏସିଆନ ଗେମ୍ସ 2023 ର ସେମିଫାଇନାଲରେ କୋରିକୁଆ 5-3 ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ASIAN_GAMES_hockey

ହରମାନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ପ୍ରଥମ କ୍ୱାର୍ଟରରେ ତିନୋଟି ଫିଲ୍ଡ ଗୋଲ ଦେଇ 3-0 ରେ ଆଗୁଆ ଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଦୁଇ ଗୋଲ ଦେଇ କୋରିଆ ମ୍ୟାଚକୁ ଫେରିଥିଲା ।

ଭାରତୀୟ ଦଳ ଅନ୍ତିମ ସେମିଫାଇନାଲର ବିଜେତା ବିପକ୍ଷରେ ୬ ଅକ୍ଟୋବର ଶୁକ୍ରବାର ଦିନ ଫାଇନାଲ ଖେଳିବ। ଆଜି ଦ୍ୱିତୀୟ ସେମିଫାଇନାଲରେ ସନ୍ଧ୍ୟା 6.30 ରେ ଆୟୋଜକ ଚୀନ୍ ଏବଂ ଜାପାନର ଦଳ ମୁହାଁମୁହିଁ ହୋଇଛନ୍ତି। ଭାରତ ଏଠାରେ ନିଜର ପ୍ରାଧାନ୍ୟ ଦେଖାଇଛି

ଏହି ମ୍ୟାଚରେ କୋରିଆକୁ କେବଳ ଦୁଇଟି ପେନାଲ୍ଟି କର୍ଣ୍ଣର ସୁଯୋଗ ଦେଇଥିଲେ, ଯେଉଁଥିରେ ସେ ଉଭୟ ଥର ଗୋଲ ସ୍କୋର କରିଥିଲେ, ଏହା ବ୍ୟତୀତ ସେ ଫିଲ୍ଡ ଗୋଲ ଦେଇ ଗୋଟିଏ ଗୋଲ ସ୍କୋର କରିଥିଲେ। କିନ୍ତୁ ଭାରତ ପାଇଁ ଭିନ୍ନ ଖେଳାଳି ଫିଲ୍ଡ ଗୋଲ ଦେଇ ଗୋଲ ସ୍କୋର କରି ଫାଇନାଲରେ ଦଳକୁ ପହଞ୍ଚାଇଥିଲେ ।

ଭାରତର ସେମିଫାଇନାଲ ଯାତ୍ରା

ଭାରତ, ଉଜବେକିସ୍ତାନକୁ 16-0ରେ ପରାସ୍ତ କରିଥିଲା
ଭାରତ, ସିଙ୍ଗାପୁରକୁ 16-1ରେ ପରାସ୍ତ କରିଥିଲା
ଭାରତ, ଜାପାନକୁ 4-2ରେ ପରାସ୍ତ ପରାସ୍ତ କରିଥିଲା
ଭାରତ, ପାକିସ୍ତାନକୁ 10-2ରେ ପରାସ୍ତ କରିଥିଲା
ଭାରତ, ବାଂଲାଦେଶକୁ 12-0ରେ ପରାସ୍ତ କରିଥିଲା
ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ 5-3ରେ ପରାସ୍ତ କରିଛି ।

ବର୍ତ୍ତମାନ ଏସିଆନ୍ ଗେମ୍ସରେ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି । ଫାଇନାଲ ଜିତିଲେ ଦଳ ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+