ଏସିଆନ ଗେମ୍ସ: ହକିରେ ୫-୧ରେ ଜାପାନକୁ ହରାଇ ସ୍ଵର୍ଣ୍ଣ ଜିତିଲା ଭାରତ, ଅଲିମ୍ପିକ୍ସ ଟିକେଟ୍
ଭାରତ ହକିରେ ଏସିଆନ ଚମ୍ପିୟାନ । ଏସିଆନ ଗେମ୍ସ ହକିରେ ଜାପାନକୁ ପରାସ୍ତ କରିଛି ଭାରତ । ଚତୁର୍ଥ କ୍ୱାର୍ଟର ଅର୍ଥାତ ମ୍ୟାଚ ଶେଷ ସୁଦ୍ଧା ଭାରତ ୫-୧ ରେ ଜାପାନକୁ ପରାସ୍ତ କରିଛି ।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ କୌଣସି ଗୋଲ ସ୍କୋର କରିପାରିନଥିଲେ। ଭାରତ ମଧ୍ୟ କିଛି ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଗୋଲ କରିବାରେ ବିଫଳ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରର 25 ମିନିଟରେ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ ମନପ୍ରୀତ ସିଂ ଓଲଟା ହିଟ୍ କରି ଭାରତୀୟ ଦଳକୁ 1-0ରେ ଆଗରେ ରଖିଥିଲେ। ହାପ୍ ଟାଇମ୍ ସୁଦ୍ଧା ଭାରତ ଜାପାନଠାରୁ 1-0ରେ ଅଗ୍ରଣୀ ହାସଲ କରିଛି।

ଭାରତ ଶେଷ ଥର ପାଇଁ ୨୦୦୪ରେ ଇଞ୍ଚରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହି ମ୍ୟାଚ ଜିତି ଭାରତ ପ୍ୟାରିସ ଅଲିମ୍ପିକ୍ସ ଟିକେଟ ସୁନିଶ୍ଚିତ କରିଛି ।
ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ହରାଇଥିଲା ଭାରତ । ୫-୩ ଗୋଲ୍ରେ ହରାଇଥିଲା ଭାରତ । ଏହା ସହ ଭାରତ ଆଉ ଏକ ପଦକ ପକ୍କା କରିଛି । ପୁରା ଏସିଆନ୍ ଗେମସରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା ।
ସ୍ଵର୍ଣ୍ଣ ଜିତିଲା ଭାରତ
ଭାରତ, ଉଜବେକିସ୍ତାନକୁ 16-0ରେ ପରାସ୍ତ କରିଥିଲା
ଭାରତ, ସିଙ୍ଗାପୁରକୁ 16-1ରେ ପରାସ୍ତ କରିଥିଲା
ଭାରତ, ଜାପାନକୁ 4-2ରେ ପରାସ୍ତ ପରାସ୍ତ କରିଥିଲା
ଭାରତ, ପାକିସ୍ତାନକୁ 10-2ରେ ପରାସ୍ତ କରିଥିଲା
ଭାରତ, ବାଂଲାଦେଶକୁ 12-0ରେ ପରାସ୍ତ କରିଥିଲା
ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ 5-3ରେ ପରାସ୍ତ କରିଥିଲା
ଫାଇନାଲରେ ଜାପାନକୁ ୫-୧ରେ ପରାସ୍ତ
ବର୍ତ୍ତମାନ ଏସିଆନ୍ ଗେମ୍ସରେ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତ ।












Click it and Unblock the Notifications