ଏସିଆନ ଗେମ୍ସ: ବାଂଲାଦେଶକୁ ୮ ୱିକେଟରେ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ

ବାଂଲାଦେଶକୁ ୮ ୱିକେଟରେ ହରାଇ ଫାଇନାଲରେ ଭାରତୀୟ ମହିଳା ଦଳ । ଏହା ସହ ଭାରତର ଏକ ପଦକ ସୁନିଶ୍ଚିତ ହୋଇଛି । ଫାଇନାଲ ଜିତି ସୁନା ପଦକ ହାସଲ କରିବା ଲକ୍ଷ୍ୟରେ ଓହ୍ଲାଇବା ଟିମ୍ ଇଂଡିଆ । ମାତ୍ର ୫୨ ରନର ଲକ୍ଷ୍ୟକୁ ୮.୨ ଓଭରରେ ହାସଲ କରିଛି ଟିମ୍ ଇଣ୍ଡିଆ ।

ଭାରତ ପକ୍ଷରୁ ଜେମିମା ୨୦ ଓ ଶେଫାଳୀ ବର୍ମା ୧୭ ରନ କରିଥିଲେ । ସେହିପରି ସ୍ମୃତି ମନ୍ଧାନା ୭ ରନ ଓ କନିକା ଆହୁଜା ୧ ରନ କରିଛନ୍ତି । ଦଳୀୟ ସ୍କୋର ୧୯ ବେଳେ ସ୍ମୃତି ମନ୍ଧାନା ୭ ରନ କରି ଆଉଟ୍ ହୋଇଥିଲେ । ସେହିପରି ୭.୨ ଓଭର ଚାଲିଥିଲା ବେଳେ ଦଳୀୟ ସ୍କୋର ୪୦ ରନ ବେଳେ ଶେଫାଳୀ ବର୍ମା ଆଉଟ୍ ହୋଇଥିଲେ ।

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୧ ରନ କରି ଅଲଆଉଟ୍ ହୋଇଥିଲେ । ନିଗାର ସୁଲତାନା କେବଳ ଦୁଇ ଅଙ୍କ ବିଶିଷ୍ଟ ରନ କରିଥିଲେ । ହେଲେ ଅନ୍ୟମାନେ କେବଳ ଏକଅଙ୍କ ବିଶିଷ୍ଟ ରନ କରିପାରିଥିଲେ । ଭାରତ ପକ୍ଷରୁ ପୂଜା ବସ୍ତ୍ରାକର ୪ଟି ୱିକେଟ ନେଇଥିଲେ ।

India_beat_Bangladesh

ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ସୁଟିଂରେ ଭାରତ ମହିଳା ୧୦ ମିଟର ଏୟାର ରାଇଫଲ ଦଳ ଇଭେଣ୍ଟରେ ୧୮୮୬ ପଏଣ୍ଟ ସହ ରୋପ୍ୟ ପଦକ ଜିତିଛି । ମେହୁଲି ଘୋଷ, ଆଶି ଚକ୍କି ଏବଂ ରମିତାଙ୍କ ତ୍ରିଶୂଳ ଭାରତ ପାଇଁ ଏହି ପଦକ ଜିତିଛନ୍ତି । ରମିତା ୬୩୧.୯, ମେହୁଲି ୬୩୦.୮ ଏବଂ ଆଶି ୬୨୩.୩ ସ୍କୋର କରିଥିଲେ ।

ରୋଇଂରେ ବି ଭାରତକୁ ମିଳିଲା ରୌପ୍ୟ ପଦକ । ପୁରୁଷ ଲାଇଟୱେଟ୍‌ ଡବଲ୍ସରେ ଭାରତକୁ ରୌପ୍ୟ ପଦକ । ଅରବିନ୍ଦ ସିଂ ଓ ଅର୍ଜୁନ ଲାଲ ଜାଟ୍‌ ଆଣିଲେ ସଫଳତା ।

ନୌକାୟନରେ ଅଲିମ୍ପିଆନ୍ ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଭାରତ ସନ୍ତରଣ ଏବଂ ଫେନସିଂରେ ମଧ୍ୟ ପଦକ ପାଇପାରିବ । ବକ୍ସର ନିଖତ୍ ଜରିନ୍ ମଧ୍ୟ ତାଙ୍କ ଅଭିଯାନ ଆରମ୍ଭ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+