୪୧ ବର୍ଷ ପରେ ଅଶ୍ୱ ଚାଳନାରେ ଭାରତକୁ ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ର ୩ୟ ଦିନରେ ଭାରତୀୟ ଖେଳାଳି ଶାନଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତ ୩ୟ ଦିନରେ ୩ୟ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ଅଶ୍ୱ ଚାଳନା ଟିମ୍ ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଏହି ଟିମରେ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଶ ଅଗ୍ରୱାଲ ଓ ହୃଦୟ ଛେଡ଼ା ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟିମ୍ ୨୦୯.୨୦୫ ପଏଣ୍ଟ ହାସଲ କରିଛି ।
ସେହିପରି ଭାରତ ଅଶ୍ୱ ଚାଳନା କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ଜିତିଛି । ଏହାପୂର୍ବରୁ ୧୯୮୨ ଏସିଆନ ଗେମ୍ସରେ ଭାରତ ଅଶ୍ୱ ଚାଳନାରେ ୩ଟି ସ୍ୱର୍ଣ୍ଣ ଜିତିଥିଲା ।

ଅଶ୍ୱ ଚାଳନାରେ ଭାରତ ଆଜି ସ୍ୱର୍ଣ୍ଣ ଜିତିବା ପରେ ଦେଶର ପଦକ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏଥିରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ରହିଛି ।
ଆଜି ଗୋଟିଏ ଦିନରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି । ଆଜି ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ମିଳିଥିବା ବେଳେ ପୋତଚାଳନାରେ ନେହା ଠାକୁର ରୌପ୍ୟ ପଦକ ଜିତିଥିଲେ । ସେହିପରି ପୁରୁଷ ୱିଣ୍ଡ ସଫର ଇଭେଣ୍ଟରେ ଭାରତର ଇବାଦତ ଅଲୀ ବ୍ରୋଞ୍ଜ ପଦକ ଜିତିଛନ୍ତି ।












Click it and Unblock the Notifications