ଏସିଆନ ଗେମ୍ସ: ଭାରତ ୩-୦ ରେ ଆଗୁଆ, ଇତିହାସ ପାଇଁ ଆଉ କିଛି କ୍ଷଣ

ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ ସହ ଲଢେଇ କରୁଛି । ଭାରତ ଶେଷ ଥର ପାଇଁ ୨୦୦୪ରେ ଇଞ୍ଚରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହି ମ୍ୟାଚ ଜିତିଲେ ଭାରତ ପ୍ୟାରିସ ଅଲିମ୍ପିକ୍ସ ଟିକେଟ ସୁନିଶ୍ଚିତ କରିବ ।
ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ହରାଇଥିଲା ଭାରତ । ୫-୩ ଗୋଲ୍ରେ ହରାଇଥିଲା ଭାରତ । ଏହା ସହ ଭାରତ ଆଉ ଏକ ପଦକ ପକ୍କା କରିଛି । ପୁରା ଏସିଆନ୍ ଗେମସରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା ।
ଭାରତର ଫାଇନାଲ ଯାତ୍ରା
ଭାରତ, ଉଜବେକିସ୍ତାନକୁ 16-0ରେ ପରାସ୍ତ କରିଥିଲା
ଭାରତ, ସିଙ୍ଗାପୁରକୁ 16-1ରେ ପରାସ୍ତ କରିଥିଲା
ଭାରତ, ଜାପାନକୁ 4-2ରେ ପରାସ୍ତ ପରାସ୍ତ କରିଥିଲା
ଭାରତ, ପାକିସ୍ତାନକୁ 10-2ରେ ପରାସ୍ତ କରିଥିଲା
ଭାରତ, ବାଂଲାଦେଶକୁ 12-0ରେ ପରାସ୍ତ କରିଥିଲା
ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ 5-3ରେ ପରାସ୍ତ କରିଛି ।
ବର୍ତ୍ତମାନ ଏସିଆନ୍ ଗେମ୍ସରେ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି । ଫାଇନାଲ ଜିତିଲେ ଦଳ ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ












Click it and Unblock the Notifications