ଏସିଆନ ଗେମ୍ସ: ସ୍ଵର୍ଣ୍ଣ ପଦକ ପାଇଁ ଖେଳୁଛି ଭାରତ, ମ୍ୟାଚ ଜିତିଲେ ପ୍ୟାରିସ ଅଲିମ୍ପିକ୍ସ ଟିକେଟ
ସ୍ଵର୍ଣ୍ଣ ପଦକ ପାଇଁ ଖେଳୁଛି ଭାରତ । ଜାପାନ ବିରୁଦ୍ଧରେ ଖେଳୁଛି ଭାରତ । ଦୁଇ ଦେଶ ମଧ୍ୟରେ ଚାଲିଛି ଜବର୍ ଦସ୍ତ୍ ମୁକାବିଲା । ଖବର ଲେଖିବା ଯାଏଁ ପ୍ରଥମ କ୍ୱାର୍ଟରର ଖେଳ ସରିଛି । ଭାରତ ଓ ଜାପାନ ବର୍ତ୍ତମାନ ୦-୦ ରହିଛି ।
ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ ସହ ଲଢେଇ କରୁଛି । ଭାରତ ଶେଷ ଥର ପାଇଁ ୨୦୦୪ରେ ଇଞ୍ଚରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହି ମ୍ୟାଚ ଜିତିଲେ ଭାରତ ପ୍ୟାରିସ ଅଲିମ୍ପିକ୍ସ ଟିକେଟ ସୁନିଶ୍ଚିତ କରିବ ।
ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ହରାଇଥିଲା ଭାରତ । ୫-୩ ଗୋଲ୍ରେ ହରାଇଥିଲା ଭାରତ । ଏହା ସହ ଭାରତ ଆଉ ଏକ ପଦକ ପକ୍କା କରିଛି । ପୁରା ଏସିଆନ୍ ଗେମସରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା ।

ଭାରତର ଫାଇନାଲ ଯାତ୍ରା
ଭାରତ, ଉଜବେକିସ୍ତାନକୁ 16-0ରେ ପରାସ୍ତ କରିଥିଲା
ଭାରତ, ସିଙ୍ଗାପୁରକୁ 16-1ରେ ପରାସ୍ତ କରିଥିଲା
ଭାରତ, ଜାପାନକୁ 4-2ରେ ପରାସ୍ତ ପରାସ୍ତ କରିଥିଲା
ଭାରତ, ପାକିସ୍ତାନକୁ 10-2ରେ ପରାସ୍ତ କରିଥିଲା
ଭାରତ, ବାଂଲାଦେଶକୁ 12-0ରେ ପରାସ୍ତ କରିଥିଲା
ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ 5-3ରେ ପରାସ୍ତ କରିଛି ।
ବର୍ତ୍ତମାନ ଏସିଆନ୍ ଗେମ୍ସରେ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି । ଫାଇନାଲ ଜିତିଲେ ଦଳ ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ ।












Click it and Unblock the Notifications