ଭାରତକୁ ଅଷ୍ଟମ ସ୍ଵର୍ଣ୍ଣ, ୩୦ଟି ପଦକ ସହ ଚତୁର୍ଥ ସ୍ଥାନରେ

ଭାରତକୁ ଅଷ୍ଟମ ସ୍ଵର୍ଣ୍ଣ । ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ ମିଳିଛି । ସୁଂଟିରେ ପଲକ୍‌ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ସେହିପରି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏଶା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଡବଲ ଧମାକା ଦେଖିବାକୁ ମିଳିଛି ।

ଦିନର ଆରମ୍ଭରୁ ପୁରୁଷ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଟିମ୍ ସିଲଭର ପଦକ ଜିତିଥିଲା । ଏସୀୟ କ୍ରୀଡ଼ାରେ ଶୁଟିଂରେ ଭାରତ ୫ମ ସ୍ୱର୍ଣ୍ଣ ପଦକ ହାସଲ କରି ବିଶ୍ୱରେକର୍ଡ ସୃଷ୍ଟି କରିଥିଲା ।

୧୦ ମିଟର ଏୟାର ପିସ୍ତଲ୍ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପଲକ ସ୍ୱର୍ଣ୍ଣ ପାଇଥିବା ବେଳେ ଈଶା ସିଂହ ରୌପ୍ୟ ହାସଲ କରିଛନ୍ତି । ପାକିସ୍ତାନ କାଂସ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ ପ୍ରଥମେ ଟିମ୍ ଇଭେଣ୍ଟରେ ଭାରତର ଈଶା, ପଲକ ଓ ଦିବ୍ୟାଙ୍କ ଟିମ୍ ରୌପ୍ୟ ପଦକ ଜିତିଛନ୍ତି । ୧୦ ମିଟର ଏୟାର୍ ରାଇଫଲ୍ ଇଭେଣ୍ଟରେ ଭାରତ ରୌପ୍ୟ ପାଇଥିଲା ।

ASIAN_GAMES

ଆଜି ଏସିଆନ୍ ଗେମ୍ସରେ ସୁଟିଂରେ ଭାରତ ୪ଟି ପଦକ ପାଇଛି । ଟିମ୍ ଇଭେଣ୍ଟରେ ୨ଟି ପଦକ ମିଳିଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ୨ଟପଦକ ପଦକ ମିଳିଛି । ଭାରତ ସୁଟିଂରେ ୨ଟି ସ୍ୱର୍ଣ୍ଣ ସହ ୨ଟି ରୌପ୍ୟ ଜିତିଛି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୩୦ରେ ପହଞ୍ଚିଛି ।

ସୁଟିଂରେ ଐତିହାସିକ ପ୍ରଦର୍ଶନ ସହ ଭାରତ ନୂଆ ରେକର୍ଡ ସ୍ଥାପନ କରିଛି । ମିଟର ରାଇଫଲରେ ଭାରତକୁ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, କୁସଲେ ସ୍ୱପ୍ନିଲ୍ ଓ ଅଖିଲ ଶେଓରନଙ୍କ ଦଳଗତ ସ୍ୱର୍ଣ୍ଣ ଜିତିଛି । ବର୍ତ୍ତମାନ ୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+