ଏସିଆନ୍ ଗେମ୍ସରେ ଏଥର କ୍ରିକେଟ୍ ଲଢେଇ: ସେମିରୁ ଯାତ୍ରା ଆରମ୍ଭ କରୁଛି ଭାରତୀୟ ପୁରୁଷ ଓ ମହିଳା ଦଳ; ଦେଖନ୍ତୁ ଖେଳସୂଚୀ

Asian Games 2023 Cricket: ଆସନ୍ତା ସେପ୍ଟେମ୍ବର 23 ତାରିଖରୁ ଅକ୍ଟୋବର 8 ମଧ୍ୟରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ହାଙ୍ଗଜୋ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସ 2023 ରେ ଟି-20 ଫର୍ମାଟରେ କ୍ରିକେଟ୍ ଖେଳାଯିବ । ହାଙ୍ଗଜୋ 2023 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଏବଂ ମହିଳା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ସେପ୍ଟେମ୍ବର 27 ରୁ ଆରମ୍ଭ ହେବାକୁ ଥିବା ଏସିଆନ୍ ଗେମ୍ସ 2023 କ୍ରିକେଟ୍ ରେ ପୁରୁଷ ଟୁର୍ଣ୍ଣାମେଣ୍ଟରେ 15ଟି ଦଳ ପ୍ରତିଯୋଗିତା କରିବେ । ଅକ୍ଟୋବର 7 ରେ ବ୍ରୋଞ୍ଜ ଏବଂ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଦଳ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ଏହି କାରଣରୁ ଏହି ଦଳମାନେ କ୍ୱାର୍ଟର ଫାଇନାଲରୁ ସିଧାସଳଖ ଅଭିଯାନ ଆରମ୍ଭ କରିବେ ଏବଂ ଅବଶିଷ୍ଟ 11 ଟି ଦଳ ଗ୍ରୁପ୍ ପର୍ଯ୍ୟାୟରୁ ଅଭିଯାନ ଆରମ୍ଭ କରିବେ ।

Asian Games 2023

ସେହିପରି ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 19 ରୁ 25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ହାଙ୍ଗଜୋ 2023 ରେ ମୋଟ ଆଠଟି ଦଳ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୁରୁଷ ଟୁର୍ଣ୍ଣାମେଣ୍ଟ ଭଳି ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିଛନ୍ତି । ଅବଶିଷ୍ଟ ଚାରିଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ରାଉଣ୍ଡ ରୋବିନ ମ୍ୟାଚ୍ ଏବଂ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପର୍ଯ୍ୟାୟ ପରେ ଶ୍ରେଷ୍ଠ 8ଟି ଦଳର ଫିକ୍ଚର ସ୍ଥିର କରାଯିବ।

ଉଭୟ ପୁରୁଷ ଏବଂ ମହିଳା ଇଭେଣ୍ଟ ପାଇଁ ସମସ୍ତ ମ୍ୟାଚ୍ ଜେଜିଆଙ୍ଗ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ପିଙ୍ଗଫେଙ୍ଗ କ୍ରିକେଟ୍ ପଡ଼ିଆରେ ଖେଳାଯିବ ।

ଏସିଆନ୍ ଗେମ୍ସ 2023 ପୁରୁଷ କ୍ରିକେଟ୍ ଖେଳସୂଚୀ

  • ସେପ୍ଟେମ୍ବର 27, ବୁଧବାର ନେପାଳ ବନାମ ଜାପାନ B ସମୟ- ସକାଳ 6:30
  • ସେପ୍ଟେମ୍ବର 27, ବୁଧବାର ହଂକଂ ବନାମ ସିଙ୍ଗାପୁର C ସମୟ- ସକାଳ 11:30
  • ସେପ୍ଟେମ୍ବର 28, ଗୁରୁବାର ମାଲେସିଆ ବନାମ ବହାରେନ D ସମୟ- 6:30 ପୂର୍ବାହ୍ନ
  • ସେପ୍ଟେମ୍ବର 28, ଗୁରୁବାର ଜାପାନ ବନାମ କାମ୍ବୋଡିଆ ବି ସମୟ-11:30 ପୂର୍ବାହ୍ନ
  • ସେପ୍ଟେମ୍ବର 29, ଶୁକ୍ରବାର ମାଲଦ୍ୱୀପ ବନାମ ମାଲେସିଆ D ସମୟ-6:30 ସକାଳ
  • ସେପ୍ଟେମ୍ବର 29, ଶୁକ୍ରବାର ସିଙ୍ଗାପୁର ବନାମ ଥାଇଲ୍ୟାଣ୍ଡ C ସମୟ-11:30 ପୂର୍ବାହ୍ନ
  • ଅକ୍ଟୋବର 1, ରବିବାର ଆଫଗାନିସ୍ତାନ ବନାମ ମୋଙ୍ଗୋଲିଆ ଏ ସମୟ-6:30 ପୂର୍ବାହ୍ନ
  • ଅକ୍ଟୋବର 1, ରବିବାର କାମ୍ବୋଡିଆ ବନାମ ନେପାଳ ବି ସମୟ- 11:30 ସକାଳ
  • ଅକ୍ଟୋବର 2, ସୋମବାର ଥାଇଲ୍ୟାଣ୍ଡ ବନାମ ହଂକଂ ସି ସମୟ-6:30 ସକାଳ
  • ଅକ୍ଟୋବର 2, ସୋମବାର ବହାରେନ ବନାମ ମାଲଦ୍ୱୀପ D ସମୟ- 11:30 ପୂର୍ବାହ୍ନ
  • ଅକ୍ଟୋବର 3, ମଙ୍ଗଳବାର ପ୍ରଥମ କ୍ୱାର୍ଟର ଫାଇନାଲ ଭାରତ ବନାମ ...
  • ଅକ୍ଟୋବର 3, ମଙ୍ଗଳବାର ଦ୍ବିତୀୟ କ୍ୱାର୍ଟର ଫାଇନାଲ ପାକିସ୍ତାନ ବନାମ ....
  • ଅକ୍ଟୋବର 4, ବୁଧବାର ତୃତୀୟ କ୍ୱାର୍ଟର-ଫାଇନାଲ୍ ଶ୍ରୀଲଙ୍କା ବନାମ...
  • ଅକ୍ଟୋବର 4, ବୁଧବାର, ଚତୁର୍ଥ କ୍ୱାର୍ଟର-ଫାଇନାଲ ବାଂଲାଦେଶ ବନାମ ....
  • ଅକ୍ଟୋବର 6, ଶୁକ୍ରବାର ସେମିଫାଇନାଲ 1
  • ଅକ୍ଟୋବର 6, ଶୁକ୍ରବାର ସେମିଫାଇନାଲ 2
  • ଅକ୍ଟୋବର 7, ଶନିବାର ବ୍ରୋଞ୍ଜ ପଦକ ମ୍ୟାଚ୍
  • ଅକ୍ଟୋବର 7 , ଶନିବାର ଫାଇନାଲ୍

ଏସିଆନ୍ ଗେମ୍ସ 2023 ମହିଳା କ୍ରିକେଟ୍ ଖେଳସୂଚୀ

  • ସେପ୍ଟେମ୍ବର 19, ମଙ୍ଗଳବାର ଇଣ୍ଡୋନେସିଆ ବନାମ ମୋଙ୍ଗୋଲିଆ ଏ ସମୟ- 6:30
  • ସେପ୍ଟେମ୍ବର 19, ମଙ୍ଗଳବାର ହଂକଂ ବନାମ ମାଲେସିଆ ବି ସମୟ-11:30
  • ସେପ୍ଟେମ୍ବର 20, ବୁଧବାର ହଂକଂ, ଚୀନ୍ ବନାମ ମୋଙ୍ଗୋଲିଆ କ୍ୱାର୍ଟର-ଫାଇନାଲ୍ ଯୋଗ୍ୟତା ସମୟ- 6:30
  • ସେପ୍ଟେମ୍ବର 21, ଗୁରୁବାର ଭାରତ ବନାମ ମାଲେସିଆ କ୍ୱାର୍ଟର-ଫାଇନାଲ 1 ସମୟ- 6:30
  • ସେପ୍ଟେମ୍ବର 21, ଗୁରୁବାର ଇଣ୍ଡୋନେସିଆ ବନାମ ପାକିସ୍ତାନ କ୍ୱାର୍ଟର ଫାଇନାଲ 2 ସମୟ-11:30
  • ସେପ୍ଟେମ୍ବର 22, ଶୁକ୍ରବାର ଶ୍ରୀଲଙ୍କା ବନାମ ଥାଇଲ୍ୟାଣ୍ଡ କ୍ୱାର୍ଟର-ଫାଇନାଲ 3 ସମୟ-6:30
  • ସେପ୍ଟେମ୍ବର 22, ଶୁକ୍ରବାର ବାଂଲାଦେଶ ବନାମ ହଂକଂ, ଚାଇନା କ୍ୱାର୍ଟର ଫାଇନାଲ 4 ସମୟ-11:30
  • ସେପ୍ଟେମ୍ବର 24, ରବିବାର - ସେମିଫାଇନାଲ 1 (ଭାରତ ବନାମ କ୍ୱାର୍ଟରଫାଇନାଲ 4 ବିଜେତା) ସମୟ-6:30
  • ସେପ୍ଟେମ୍ବର 24, ରବିବାର - ସେମିଫାଇନାଲ 2 (ପାକିସ୍ତାନ ବନାମ କ୍ୱାର୍ଟରଫାଇନାଲ 3 ବିଜେତା) ସମୟ-11:30
  • ସେପ୍ଟେମ୍ବର 25, ସୋମବାର - ବ୍ରୋଞ୍ଜ ପଦକ ମ୍ୟାଚ୍ (ପ୍ରଥମ ସେମିଫାଇନାଲ ହାରିଥିବା ଦଳ ବନାମ ଦ୍ୱିତୀୟ ସେମିଫାଇନାଲ ହାରିଥିବା ଦଳ)
  • ସେପ୍ଟେମ୍ବର 25, ସୋମବାର- ଫାଇନାଲ - ସମୟ- 11:30
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+