Get Updates
Get notified of breaking news, exclusive insights, and must-see stories!

ଏସିଆନ ଗେମ୍ସ: ଭାରତକୁ ସୁଟିଂରେ ପୁଣି ଏକ ସ୍ୱର୍ଣ୍ଣ

ହଙ୍ଗଝୌ: ଚଳିତ ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ସୁଟିଂରେ ଆଉ ଏକ ଗୋଲ୍ଡ ମେଡାଲ ଜିତିଛି ଭାରତ । ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ଏହି ସଫଳତା ମିଳିଛି । ସେହିପରି ମହିଳା ଟ୍ରାପ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି ।

ପୁରୁଷ ଟ୍ରାପ ଇଭେଣ୍ଟରେ କାଇନାନ ଚେନାଇ, ଜୋରାଭର ସିଂହ, ପୃଥ୍ବୀରାଜ ଟୋଣ୍ଡାଇମାନ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛନ୍ତି । ୩୬୧ ସ୍କୋର ସହ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଥିବାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Asian Games 2023

ସେହିପିର ମହିଳା ଟ୍ରାପ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଏହି ଦଳରେ ମନୀଷା କିର, ପ୍ରୀତି ରାଜାକ୍, ରାଜେଶ୍ବରୀ କୁମୀର ରୌପ୍ୟ ପଦକ ଜିତିଛନ୍ତି । ବିଶେଷ କରି ଏସୀୟ କ୍ରୀଡ଼ାରେ ସୁଟିଂ ବା ବନ୍ଧୁକ ଚାଳନାରେ କମାଲ କରିଛନ୍ତି ଭାରତୀୟ । ସର୍ବାଧିକ ପଦକ ସୁଟିଂରେ ମିଳିଛି । ଏସୀୟ କ୍ରୀଡ଼ାରେ ଷଷ୍ଠ ଦିନରେ ଭାରତକୁ ପୁରୁଷ ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ୍ରେ ସ୍ବର୍ଣ୍ଣ ପଦକ ମିଳି ଥିବାବେଳେ ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ମିଳିଥିଲା ।

ଏହା ସହିତ ଭାରତର ପଦକ ସଂଖ୍ୟା ୪୧ରୁ ବୃଦ୍ଧି ହୋଇଛି ଯେଉଥିରେ ୧୧ଟି ସ୍ବର୍ଣ୍ଣ ପଦକ ରହିଛି । ସେହିପରି ୬ ରୌପ୍ୟ ଓ ୧୪ ବ୍ରୋଞ୍ଜ ପଦକ ଜିତିଛି ଭାରତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+