ଏସିଆନ ଚାମ୍ପିୟନ୍ସ ଟ୍ରଫି: ଭାରତୀୟ ହକି ଟିମର କ୍ରମାଗତ ଦ୍ୱିତୀୟ ବିଜୟ; ଜାପାନକୁ ୫-୧ରେ ହରାଇଲା
Asian Champions Trophy Hockey 2024: ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମର ବିଜୟ । ପ୍ରଥମ ମ୍ୟାଚ୍ରେ ଚାଇନାକୁ ମାତ ଦେଇଥିବା ହକି ଟିମ ଆଜି ଜାପାନକୁ ଏକତରଫା ଭାବେ ୫-୧ରେ ଚିତ କରିଛି। ପ୍ରଥମ ୨ ମିନିଟରେ ୨ଟି ଗୋଲ ସ୍କୋର କରି ଦଳ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ଦଳ ଆଉ ଗୋଟିଏ ଗୋଲ କରି ଲିଡ୍କୁ ୩-୦ କରି ନେଇଥିଲା। ହାଫ ଟାଇମ ସୁଦ୍ଧା ୦-୩ରେ ପଛରେ ଥିବା ଜାପାନ କମବ୍ୟାକ କରିବାକୁ ଚେଷ୍ଟା କରିଥିଲା। ଏଥିସହ ତୃତୀୟ କ୍ୱାର୍ଟର ସରିବାକୁ ୪ ମିନିଟ ବାକି ଥିବା ବେଳେ କାଜୁମାସା ମାଟସୁମୋଟୋ ଗୋଟିଏ ଗୋଲ ଦେଇଥିଲେ।
ଶେଷ ତଥା ୪ର୍ଥ କ୍ୱାର୍ଟରରେ ଜାପାନ ଆଟାକ କରିଥିଲେ ହେଁ ଭାରତ ସବୁ କିଛି ଉଦ୍ୟମକୁ ପଣ୍ଡ କରି ଦେଇଥିଲା। ବରଂ ଏହି କ୍ୱାର୍ଟରରେ ଉତ୍ତମ ସିଂହ ଓ ସୁଖଜୀତ ସିଂହ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଥିଲେ। ଶେଷରେ ଭାରତ ୫-୧ରେ ମ୍ୟାଚ୍ ଜିତିବା ସହ ଜାପାନ ବିପକ୍ଷରେ ନିଜର ୧୦୦% ବିଜୟ ରେକର୍ଡ ବଳବତ୍ତର ରଖିଛି।

ରେ ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଭାରତୀୟ ପୁରୁଷ ଦଳ ୩-୦ ଗୋଲ୍ରେ ଆୟୋଜକ ଚାଇନାକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ସୁଖଜିତ୍ ସିଂ(୧୪ତମ ମିନିଟ), ଉତ୍ତମ ସିଂ (୨୭ତମ ମିନିଟ) ଓ ଅଭିଷେକ (୩୨ତମ ମିନିଟ) ଗୋଲ୍ ସ୍କୋର କରିଥିଲେ।
ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ଥର ବ୍ରୋଞ୍ଜ ଜିତିଥିବା ଭାରତ ଏହି ମ୍ୟାଚରେ ମିଳିଥିବା ସୁଯୋଗର ସଦୁପଯୋଗ କରିଥିଲା। ଦଳର ରକ୍ଷଣଭାଗ ଖେଳାଳିଙ୍କ ଦୃଢ଼ ପ୍ରତିରୋଧ ଯୋଗୁ ଏହି ବିଜୟ ସମ୍ଭବ ହୋଇପାରିଛି। ଭାରତ ନିଜ ପୁଲ୍ରେ ଏହାର ଦ୍ୱିତୀୟ ମ୍ୟାଚ ସୋମବାର ଜାପାନ ବିପକ୍ଷରେ ଖେଳିବ।
ଭାରତ ଗତବର୍ଷ ନିଜ ଘରୋଇ ମାଟିରେ ଏହି ଟୁର୍ନାମେଣ୍ଟ ଜିତିଥିଲା। ଇଭେଣ୍ଟର ଇତିହାସରେ ଭାରତ ଏକମାତ୍ର ଦଳ ଭାବେ ୪ଥର ଟାଇଟଲ ବିଜୟୀ ହେବାର ଗୌରବ ଅର୍ଜନ କରିଛି। ରବିବାର ମାଲେସିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ହାଇ-ଭୋଲ୍ଟେଜ ମ୍ୟାଚ ୨-୨ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଥିବା ବେଳେ ଜାପାନ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ଏକ ହାଇ ସ୍କୋରିଂ ମ୍ୟାଚ ୫-୫ ଗୋଲ୍ରେ ଡ୍ର ରହିଥିଲା।












Click it and Unblock the Notifications