Get Updates
Get notified of breaking news, exclusive insights, and must-see stories!

ଏସିଆନ ଚାମ୍ପିୟନସ ଟ୍ରଫି ହକି: ଦେଖାଗଲା ଉତ୍ତେଜନା ସ୍ଥିତି, ପାକିସ୍ତାନକୁ ୨-୧ ରେ ପରାସ୍ତ କଲା ଟିମ ଇଣ୍ଡିଆ

ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ ।୨-୧ ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ହାଫ ଟାଇମ ସୁଦ୍ଧା ମ୍ୟାଚ୍‌ର ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା ।

ମ୍ୟାଚ୍‌ର ୮ମ ମିନିଟରେ ପାକିସ୍ତାନର ନଦୀମ ଅହମଦ ପ୍ରଥମ ଗୋଲ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ହେଲେ ଭାରତ ହାର ମାନିବା ମୁଡରେ ନଥିଲା । ମ୍ୟାଚ୍‌ର ୧୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧୧ କରି ଦେଇଥିଲେ ।

ସେହିପରି ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆଟାକିଂ ଖେଳ ଦେଖାଇଥିଲା। ୧୯ତମ ମିନିଟରେ ଦଳକୁ ପୁଣି ଏକ ପିସି ମିଳିଥିଲା । ଏଥର ମଧ୍ୟ ହରମନପ୍ରୀତ ସିଂହ କମାଲ କରିଥିଲେ। ସେ ଗୋଲ ସ୍କୋର କରିବାରୁ ଭାରତ ପ୍ରଥମଥର ପାଇଁ ମ୍ୟାଚ୍‌ରେ ଲିଡ ହାସଲ କରିଥିଲେ।

ତୃତୀୟ କ୍ୱାର୍ଟରରେ ପାକିସ୍ତାନ ମିଡ୍‌ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଡି' ଭିତରରେ ବାରମ୍ବର ପ୍ରବେଶ କରିଥିଲା। ଦଳକୁ ଏକାଧିକ ପିସି ମଧ୍ୟ ମିଳିଥିଲା। ହେଲେ ଗୋଲ କିପର କିଷନ ବାହାଦୂର ପାଠକ ଚମତ୍କାର ଢଙ୍ଗରେ ପାକିସ୍ତାନର ସବୁ ଉଦ୍ୟମରେ ପାଣି ପକାଇ ଦେଇଥିଲେ।

Asian Champions Trophy Hockey 2024

୪ର୍ଥ କ୍ୱାର୍ଟରରେ ଭାରତକୁ ପିସି ବି ମିଳିଥିଲା। ହେଲେ ଫାଇଦା ଦଳ ଉଠାଇ ପାରି ନଥିଲା। ମ୍ୟାଚ ସରିବାକୁ ୧୦ ମିନିଟ ବାକି ଥିବା ବେଳେ ପାକିସ୍ତାନର ଅଶରଫ ରାଣା ଡି' ମଧ୍ୟରେ ଭାରତର ଯୁଗରାଜ ସିଂହଙ୍କୁ ବିପଦଜନକ ଭାବେ ଧକ୍କା ଦେଇଥିଲେ । ଏଥିଯୋଗୁ ବେଶ କିଛି ସମୟ ଦୁଇ ଦଳ ମଧ୍ୟରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । ରାଣାଙ୍କୁ ୧୦ ମିନିଟ ପାଇଁ ବେଞ୍ଚରେ ବସାଇ, ୟେଲୋକାର୍ଡ ଦେଇଥିଲେ । ସେହିପରି ମ୍ୟାଚ୍‌ ସରିବାକୁ ୫ ମିନିଟକୁ କମ ସମୟ ଥିବା ବେଳେ ମନପ୍ରୀତି ସିଂହଙ୍କୁ ୟେଲୋ କାର୍ଡ ମିଳିଥିଲା।

ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚାଇନା, ପରେ ଜାପାନ, ତୃତୀୟ ମ୍ୟାଚ୍‌ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ଚିତ କରିଥିଲା। ଆଜି ଦଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି।

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ମ୍ୟାଚ୍‌ ଜିତିଥିଲେ ହେଁ ପାକିସ୍ତାନ ପକ୍ଷରୁ ଦଳକୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା। ଆସନ୍ତା ୧୬ ତାରିଖରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+