Get Updates
Get notified of breaking news, exclusive insights, and must-see stories!

ଭାରତୀୟ ହକି ଦଳର ହ୍ୟାଟ୍ରିକ୍ ବିଜୟ

ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବଡ ବିଜୟ । ଜାପାନକୁ ଏକତରଫା ଭାବେ ୬-୦ ଗୋଲରେ ହରାଇଲା ଭାରତ । ପଞ୍ଚରାଷ୍ଟ୍ରିୟ ଟୁର୍ଣ୍ଣାମେଣ୍ଟରେ ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ଶୀର୍ଷ ସ୍ଥାନରେ ରହିଛି ।

ଭୁବନେଶ୍ୱର: ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ବଡ ବିଜୟ । ଜାପାନକୁ ଏକତରଫା ଭାବେ ୬-୦ ଗୋଲରେ ହରାଇଲା ଭାରତ । ପଞ୍ଚରାଷ୍ଟ୍ରିୟ ଟୁର୍ଣ୍ଣାମେଣ୍ଟରେ ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ଶୀର୍ଷ ସ୍ଥାନରେ ରହିଛି । ଅପରାଜୟେ ରହି ୧୦ ପଏଣ୍ଟ ସହ ସେମିଫାଇନାଲ ଖେଳିବ ଭାରତ । ସେମିରେ ଭାରତର ସାମ୍ନା ପାକିସ୍ତାନ କିମ୍ବା ଜାପାନ ସହ ହୋଇପାରେ।

ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚରେ କୋରିଆ ବିପକ୍ଷରେ ଡ୍ର କରିଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଆୟୋଜକ ବାଂଲାଦେଶକୁ ୯-୦ରେ ହରାଇଥିଲା । ଆଉ ତୃତୀୟ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ୩-୧ରେ ବିଜୟଲାଭ କରିଥିଲା । ଆଉ ଏବେ ଜାପାନକୁ ୬-୦ ଗୋଲରେ ହରାଇ ସେମିଫାଇନାଲ ଟିକେଟ ପକ୍କା କରିଛି ଭାରତ ।

Asian Champions Trophy

ଆଜି ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଦୁଇଟି (ଦଶମ, ୫୩ତମ) ଗୋଲ୍ ଦେଇଥିବା ବେଳେ ଦିଲପ୍ରୀତ ସିଂହ (୨୩ତମ), ଜର୍ମନପ୍ରୀତ ସିଂହ (୩୪ତମ), ସୁମିତ୍ (୪୬ତମ) ଓ ଶମଶେର୍ ସିଂହ (୫୪ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ଏହାବ୍ୟତୀତ ଗୋଲକିପର ସୂରଜ କରକେରା ଭାରତ ପାଇଁ ଜବରଦସ୍ତ କିପିଂ ଅନେକ ଜାପାନକୁ ଗୋଟିଏ ଗୋଲ କରିବାକୁ ଦେଇନାହାନ୍ତି। ଅନ୍ୟପକ୍ଷରେ ଜାପାନ ଟିମ୍ ନୈରାଶ୍ୟଜନକ ପ୍ରଦର୍ଶନ କରି ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇନାହିଁ।

ପୂରା ମ୍ୟାଚରେ ଭାରତର ଦବଦବା ରହିଥିଲା। ପ୍ରଥମାର୍ଦ୍ଧରେ ଭାରତ ଗୋଟିଏ ଗୋଲ୍ ଦେଇଥିଲା। ମ୍ୟାଚର ଦଶମ ମିନିଟରେ ବ୍ୟାକ୍ ଟୁ ବ୍ୟାକ୍ ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ସେଥିରୁ ଗୋଟିଏ ଗୋଲରେ ପରିଣତ ହୋଇଥିଲା। ଏହି ଗୋଲଟି ଦେଇଥିଲେ ହରମନପ୍ରୀତ କୌର। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ୨୩ତମ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ ଦେଇ ଭାରତର ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ।

ଦ୍ୱିତୀୟାର୍ଦ୍ଧରେ ଭାରତ ଅଧିକ ଆକ୍ରାମକ ଖେଳ ଦେଖାଇଥିଲା। ଜର୍ମନପ୍ରୀତ ୩୪ତମ ମିନିଟରେ ଭାରତ ପାଇଁ ତୃତୀୟ ଗୋଲ୍ ଦେଇଥିଲେ। ଏହା ପରେ ସୁମିତ୍ ୪୬ତମ, ହରମନପ୍ରୀତ ୫୩ତମ ଓ ଶମଶେର୍ ୫୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ୍ ଦେଇ ସ୍କୋରକୁ ୬-୦ରେ ପହଞ୍ଚାଇଥିଲେ। ଏହିପରି ଭାବେ ଭାରତ ତୃତୀୟ କ୍ୱାର୍ଟରରେ ଗୋଟିଏ ଏବଂ ଚତୁର୍ଥ କ୍ୱାର୍ଟରରେ ତିନୋଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+