୬ ବର୍ଷ ପରେ ବୋଲିଂ କଲେ ବିରାଟ କୋହଲି

ଦୀର୍ଘ ୬ ବର୍ଷ ପରେ କୌଣସି ମ୍ୟାଚରେ ବୋଲିଂ କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକତ ବିରାଟ କୋହଲି। ଶେଷଥର ପାଇଁ ସେ ୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ବୋଲିଂ କରିଥିଲେ। ଗତକାଲି ତାଙ୍କୁ ଏସିଆ କପରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି।

ଦୁବାଇ: ଦୀର୍ଘ ୬ ବର୍ଷ ପରେ କୌଣସି ମ୍ୟାଚରେ ବୋଲିଂ କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକତ ବିରାଟ କୋହଲି। ଶେଷଥର ପାଇଁ ସେ ୨୦୧୬ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ବୋଲିଂ କରିଥିଲେ। ଗତକାଲି ତାଙ୍କୁ ଏସିଆ କପରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି।

Virat Kohli

ଗତକାଲି ହଂକଂ ବିପକ୍ଷ ମ୍ୟାଚରେ କୋହଲି ବୋଲିଂ କରିବା ମାତ୍ରେ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ କୋହଲି । ମ୍ୟାଚରେ ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ କୋହଲି । ୧୭ତମ ଓଭର ଭାରତ ପାଇଁ ବିରାଟ ବୋଲିଂ କରିଥିଲେ। ସେ ମଧ୍ୟ ଚମତ୍କାର ଢଙ୍ଗରେ ବୋଲିଂ କରି କେବଳ ୬ ରନ ବ୍ୟୟ କରିଥିଲେ। ତାଙ୍କ ବଲରୁ କୌଣସି ବାଉଣ୍ଡରୀ ମଧ୍ୟ ହୋଇ ନଥିଲା। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ କ୍ରିକେଟ ପ୍ରେମୀମାନେ ବିରାଟଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଧୀରେ ଧୀରେ ଫର୍ମକୁ ଫେରୁଛନ୍ତି ବିରାଟ କୋହଲି । ପ୍ରଥମ ମ୍ୟାଚରେ ୩୫ ଓ ଦ୍ୱିତୀୟ ମ୍ୟାଚରେ ୫୯ ରନର ଇନିଂସ ଖେଳିବା ସହ ଟି-୨୦ ବିଶ୍ୱକପ୍ ପୂର୍ବରୁ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି ।

ଗତକାଲି ହଂକଂ ବିପକ୍ଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ ପରି ୧୯୨ ରନ୍ କରିଥିଲା । ଆଉ ୧୯୩ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ହଂକଂ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ତେବେ ବିଜୟ ଠାରୁ ୪୦ ରନ ପଛରେ ରହିଥିଲା ହଂକଂ ଦଳ । ତେବେ ଭାରତ ପକ୍ଷରୁ ମ୍ୟାଚର ୧୭ତମ ଓଭର ବୋଲିଂ କରିଥିଲେ କୋହଲି । ଆଉ ଗୋଟିଏ ଓଭରରେ ମାତ୍ର ୬ ରନ୍ ବ୍ୟୟ କରିଥିଲେ ବିରାଟ ।

ବିରାଟ ଦୀର୍ଘ ଦିନ ହେଲା ନିଜର ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିଲେ। ହେଲେ ଏସିଆ କପରେ ସେ ଲୟକୁ ଫେରିଥିବା ସଙ୍କେତ ଦେଇଛନ୍ତି। ସେ ହଂକଂ ବିପକ୍ଷରେ ଅପରାଜିତ ୫୯ ରନ କରିବା ସହ ସୂର୍ଯ୍ୟ କୁମାର ଯାଦଙ୍କ ସମୟ ମିଶି ତୃତୀୟ ୱିକେଟ ପାଇଁ ଅବିଭାଜିତ ୯୮ ରନର ଭାଗିଦାରୀ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+