ଏସିଆ କପ: ବାଦ୍ ପଡିବେ ସୂର୍ଯ୍ୟ, ଏହି ୧୫ ଖେଳାଳିଙ୍କୁ ମିଳିବ ସ୍ଥାନ !

ନୂଆଦିଲ୍ଲୀ: ଏସିଆ କପ୍ ୩୦ ଅଗଷ୍ଟ ୨୦୨୩ ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଛି ।

ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ୨୦୨୩ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା ହୋଇ ସାରିଛି । ତେବେ ବିସିସିଆଇ ଏ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଘୋଷଣା କରିନାହିଁ । ଏହା ପୂର୍ବରୁ ଜାଣନ୍ତୁ ଏହି ଟୁର୍ନାମେଣ୍ଟ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ କିଭଳି ହୋଇପାରିବ ।

Asia Cup

ଏସିଆ କପ୍ ଆରମ୍ଭ ପୂର୍ବରୁ ଭାରତର ପ୍ରମୁଖ ଖେଳାଳିମାନେ ଫିଟ୍ ହେବେ ବୋଲି ଅନେକ ରିପୋର୍ଟରେ ଦର୍ଶାଯାଇଛି । ଏହି କାରଣରୁ ବିସିସିଆଇ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରିନାହିଁ । ଏହି ଟୁର୍ଣ୍ଣାମେଣ୍ଟରେ କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର ଓ ଜସପ୍ରୀତ ବୁମ୍ରାଙ୍କୁ ସମସ୍ତେ ଦେଖିବାକୁ ପାଇବେ ବୋଲି ବିଶ୍ୱାସ କରାଯାଏ । ଏହି କାରଣରୁ, ଆମେ ଏସିଆ କପ୍ ପାଇଁ ସମ୍ଭାବ୍ୟ ଦଳରେ କେ.ଏଲ୍ ରାହୁଲ, ଶ୍ରେୟସ୍ ଆୟର ଓ ଜସପ୍ରୀତ ବୁମ୍ରାଙ୍କୁ ଅନ୍ତର୍ଭୁକ୍ତ କରିଛୁ । ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିବନାହିଁ ।

ଏସିଆ କପରେ କେ.ଏଲ ରାହୁଲ ୱିକେଟକିପର ଭାବରେ ମଧ୍ୟମ କ୍ରମରେ ଖେଳୁଥିବା ଦେଖିବାକୁ ମିଳିପାରେ। ଏହା ବ୍ୟତୀତ ସଞ୍ଜୁ ସାମସନଙ୍କୁ ରିଜର୍ଭ ୱିକେଟକିପର ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇ ପାରେ। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାୟକୱାଡ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ବ୍ୟାକ୍ ଅପ୍ ପ୍ଲେୟାର ଭାବେ ଦଳରେ ସାମିଲ କରାଯାଇ ପାରେ ।

ଏସିଆ କପ ଭାରତୀୟ ସମ୍ଭାବ୍ୟ ଦଳ - ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ସଞ୍ଜୁ ସାମସନ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+