ଏସିଆ କପ୍: ହଂକଂକୁ ୪୦ ରନରେ ପରାସ୍ତ କଲା ଟିମ ଇଣ୍ଡିଆ, ସୁପର-୪ ରେ ସ୍ଥାନ ପକ୍କା
ଏସିଆ କପ୍ ସୁପର-୪ରେ ଭାରତ । ଗତକାଲି ହଂକଂକୁ ୪୦ ରନରେ ହରାଇ ଗ୍ରୁପ୍-ଏରୁ ପ୍ରଥମ ଦଳ ଭାବରେ ସୁପର ଫୋରକୁ ଯାଇଛି ଟିମ୍ ଇଣ୍ଡିଆ ।
ଦୁବାଇ: ଏସିଆ କପ୍ ସୁପର-୪ରେ ଭାରତ । ଗତକାଲି ହଂକଂକୁ ୪୦ ରନରେ ହରାଇ ଗ୍ରୁପ୍-ଏରୁ ପ୍ରଥମ ଦଳ ଭାବରେ ସୁପର ଫୋରକୁ ଯାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ପାଇଁ ୧୯୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ହଂକଂ ଦଳ ୫ ୱିକେଟ୍ ହରାଇ ମାତ୍ର ୧୫୨ ରନ୍ ସ୍କୋର କରିଥିଲେ । ଫଳରେ ହଂକଂକୁ ୪୦ ରନରେ ପରାସ୍ତ କରିଥିଲା ଟିମ ଇଣ୍ଡିଆ ।

ଟସ୍ ଜିତି ହଂକଂ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ହଂକଂ । ଧିମା ଆରମ୍ଭ ପରେ ରୋହିତ ଶର୍ମା ୧୩ ବଲରୁ ୨୧ ଓ ଲୋକେଶ ରାହୁଲ ୩୯ ବଲରୁ ୩୬ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଏକ ଧୂଆଁଧାର ଇନିଂସ ଖେଲିଥିଲେ । ୨୬ଟି ବଲରେ ସେ ୬୮ରନ୍ କରିଥିଲେ । ଯେଉଁଥିରେ ୬ଟି ଚୌକ ଓ ୬ଟି ଛକ୍କା ସାମିଲ ଥିଲା । ସେହିପରି ବିରାଟ କୋହଲି ୪୪ ବଲରେ ୫୯ ରନ୍ କରିଥିଲେ । ସେ ତିନୋଟି ଛକ୍କା ଏବଂ ଗୋଟିଏ ଚୌକା ମାରିଥିଲେ । ଦୁହେଁ ଶେଷ ୭ ଓଭରରେ ୯୮ ରନ୍ ଯୋଡ଼ିଥିଲେ । ଫଳରେ ହଂକଂ ଆଗରେ ୧୯୩ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ ।
ଜବାବରେ ହଂକଂ ବି ଭଲ ଖେଳିଥିଲା । ଦ୍ୱିତୀୟ ଓଭରରେ ଓପନର୍ ୟାସିମ ମୋର୍ଟାଜା ୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସେ ଦୁଇଟି ଚୌକା ମାରିଥିଲେ । ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବାବର ହାୟାତ୍ କିଛି ବଡ ସଟ୍ ମାରିଥିଲେ । କିନ୍ତୁ ଇତି ମଧ୍ୟରେ ଅଧିନାୟକ ନିଜାକାଟ ଖାନ ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ତେବେ ବାବର ୩୫ ବଲରେ ୪୧ ରନ୍ ସ୍କୋର କରିବା ପରେ ଜାଡେଜାଙ୍କ ବଲରେ ଆଉଟ୍ ହୋଇଥିଲେ । ସେ ତିନୋଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଏହାପରେ ଦଳର ବ୍ୟାଟସମ୍ୟାନ ସେଭଳି ଭଲ ପ୍ରଦର୍ଶନ କରିପାରିନଥିଲେ । ଭାରତରୁ ଅର୍ଶଦୀପ ସିଂ, ରବିନ୍ଦ୍ର ଜାଡେଜା, ଆବେଶ ଖାନ ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।












Click it and Unblock the Notifications