ଏସିଆ କପ: ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି
ଏସିଆ କପ୍ 2022 ର ପଞ୍ଚମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଏବଂ ବାଂଲାଦେଶର କ୍ରିକେଟ୍ ଦଳ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ନକ୍ଆଉଟ୍ ଭଳି ।
ଦୁବାଇ: ଏସିଆ କପ୍ 2022 ର ପଞ୍ଚମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଏବଂ ବାଂଲାଦେଶର କ୍ରିକେଟ୍ ଦଳ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ନକ୍ଆଉଟ୍ ଭଳି । ଅର୍ଥାତ୍ ଜିତୁଥିବା ଦଳ ସୁପର-4 ରେ ପହଞ୍ଚିବ ଯେତେବେଳେ ହାରିଥିବା ଦଳ ଟୁର୍ଣ୍ମାମେଣ୍ଟରୁ ଦୂରେଇ ଯିବ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି ।

ଟସ୍ ଜିତିବା ପରେ ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ।
ଶ୍ରୀଲଙ୍କା ଏବଂ ବାଂଲାଦେଶ ସହିତ ଗ୍ରୁପ୍ ବି'ରେ ଆଫଗାନିସ୍ତାନ ହେଉଛି ତୃତୀୟ ଦଳ। ଆଫଗାନିସ୍ତାନ ଉଭୟ ମ୍ୟାଚ୍ ଜିତି ସୁପର 4 ରେ ପ୍ରବେଶ କରିସାରିଛି। ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଏବଂ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଥିଲା। ଗତ 16 ଟି-20 ମ୍ୟାଚ ମଧ୍ୟରୁ ବାଂଲାଦେଶ 14 ଟି ହାରିଥିବାବେଳେ ଶ୍ରୀଲଙ୍କା ଗତ 14 ଟି-20 ମ୍ୟାଚ ମଧ୍ୟରୁ 10 ଟି ହାରିଛି। ଉଭୟ ଦଳ ଏପର୍ଯ୍ୟନ୍ତ ମୋଟ 12 ଟି-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ଶ୍ରୀଲଙ୍କା 8 ଟି ଜିତିଥିବାବେଳେ ବାଂଲାଦେଶ 4 ଟି ଜିତିଛି।
- ବାଂଲାଦେଶ ଏକାଦଶ: ସାବୀର ରହମାନ, ମୋସାଦ୍ଦେକ ହୋସେନ, ଶାକିବ ଅଲ ହାସନ (ଅଧିନାୟକ), ମୁଶଫିକୁର ରହୀମ, ଆଫିଫ ହୋସେନ, ମହମୁଦୁଲ୍ଲା, ମହେଦି ହାସନ, ଟାସ୍କିନ ଅହମ୍ମଦ, ମେହିଡି ହାସନ ମିରାଜ, ମୁସ୍ତାଫିଜୁର ରହମାନ, ଇବାଡୋଟ ହୋସେନ ।
- ଶ୍ରୀଲଙ୍କା ଏକାଦଶ: ପୃଥମ୍ ନିସଙ୍କା, କୁସାଲ୍ ମେଣ୍ଡିସ୍, ଚାରିଥ୍ ଆସାଲଙ୍କା, ଦାନୁସ୍କା ଗୁନାଥିଲାକା, ଭାନୁକା ରାଜପକ୍ସା, ୱାନିଣ୍ଡୁ ହାସାରଙ୍ଗା, ଦାସୁନ୍ ଶାନାକା (ଅଧିନାୟକ), ଚାମିକା କରୁଣାତ୍ନେ, ମହେଶ ଥାକଶାନା, ଦିଲଶାନ୍ ମଦୁଶଙ୍କା, ଅସିତା ଫର୍ନାଣ୍ଡୋ ।












Click it and Unblock the Notifications