ଏସିଆ କପ୍: ପୁଣି ଟସ୍ ହାରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ଭାରତ
ମ୍ୟାଚରେ ଆରମ୍ଭରୁ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।
ଦୁବାଇ: ରୋହିତ ଶର୍ମା ବୋଧହୁଏ ଆଜି ଏସିଆ କପ୍ର ସବୁଠାରୁ ବଡ ମ୍ୟାଚ୍ ଖେଳୁଛନ୍ତି । ଅନ୍ତିମ ଦୌଡ଼ରେ ରହିବାକୁ ଟିମ୍ ଇଣ୍ଡିଆ ଯେକୈଣସି ମୂଲ୍ୟରେ ଆଜି ମ୍ୟାଚ୍ ଜିତିବା ଆବଶ୍ୟକ । କିନ୍ତୁ ଶ୍ରୀଲଙ୍କା ମଧ୍ୟ ସେମାନଙ୍କ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବେ ।

ତେବେ ମ୍ୟାଚରେ ଆରମ୍ଭରୁ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ । ଶ୍ରୀଲଙ୍କା ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ଏଥି ସହିତ ଭାରତୀୟ ଦଳ ଏକ ପରିବର୍ତ୍ତନ ହୋଇଛି । ଅଶ୍ୱିନଙ୍କୁ ବିଷ୍ଣୋଇଙ୍କ ସ୍ଥାନରେ ସୁଯୋଗ ମିଳିଛି ।
ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।
ଶ୍ରୀଲଙ୍କା ଏକାଦଶ: ପୃଥମ୍ ନିସାନ୍କା, କୁସାଲ ମେଣ୍ଡିସ୍ (ୱିକେଟ୍ ରକ୍ଷକ), ଚାରିଟ ଅସଲଙ୍କା, ଧନୁସ୍କା ଗୁନାଟିଲ୍କା, ଭାନୁକା ରାଜପାକସେ, ଦାସୁନ୍ ଶାନାକା (ଅଧିନାୟକ), ଭାନିନ୍ଦୁ ହାସରାଙ୍ଗା, ଚାମିକା କରୁଣାତ୍ନେ, ମହେଶ ତିକ୍ନା, ଅସିତ ଫର୍ନାଣ୍ଡୋ, ଦିଲଶାନ୍ ମଧୁସାନ୍କା।












Click it and Unblock the Notifications