ଏସିଆ କପ: ଟିମ ଇଣ୍ଡିଆ ସହ ସାମିଲ ହୋଇ ପାରିବେ ନାହିଁ ରାହୁଲ ଦ୍ରାବିଡ !
ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା। ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି ।
ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା। ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି ।

ଦଳ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ । ଏହି ଟୁର୍ଣ୍ଣାମେଣ୍ଟ ଶନିବାର ଅର୍ଥାତ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଭାରତ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ନିକଟରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ଖେଳିଥିଲା । ଏଥିରେ ରାହୁଲଙ୍କ ବ୍ରେକ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣଙ୍କୁ କୋଚ୍ ଭାବେ ଇଣ୍ଡିଜ ପଠାଯାଇଥିଲା । କେଏଲ ରାହୁଲ-ଲକ୍ଷ୍ଣଣଙ୍କ ଯୋଡି ଜିମ୍ବାଓ୍ୱେ ବିପକ୍ଷରେ ମଧ୍ୟ କ୍ଲିନ୍ ସ୍ୱିପ୍ କରିଥିଲା । ତେବେ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଟିମ୍ ସହ ଯୋଗ ଦେଇ ପାରିବେନି ରାହୁଲ । ଏଭଳି ସ୍ଥିତିରେ ରାହୁଲଙ୍କ ବଦଳରେ ଲକ୍ଷ୍ମଣ ସମ୍ଭାଳିବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାର । ତାହା ଏବେ ସବୁଠୁ ବଡ ପ୍ରଶ୍ନ ।
ସୂଚନାଯୋଗ୍ୟ, ଏସିଆ କପ୍ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହା ମୁକାବିଲା ହେବ । ଯାହା ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ରହିଛନ୍ତି । ଭାରତୀୟ ସମୟାନୁସାରେ ଏହା ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।












Click it and Unblock the Notifications