ଏସିଆ କପ୍ ପୁରୁଷ ହକି: ଆଜି ଫାଇନାଲରେ ଭାରତ ବନାମ କୋରିଆ
ଚଳିତ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲ୍ରେ ଭାରତ ଓ କୋରିଆ ମୁକାବିଲା କରିବେ । ରବିବାର ରାତି ୭.୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ ।

। ହର୍ମନପ୍ରୀତ୍ଙ୍କ ଦଳ ଶନିବାର ଶେଷ ସୁପର୍-୪ ମୁକାବିଲାରେ ଚୀନ୍କୁ ୭-୦ରେ ପରାସ୍ତ କରି ଅପ୍ରତିଦ୍ବନ୍ଦ୍ବୀ ଭାବେ ଫାଇନାଲ୍ରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ମାଲେସିଆକୁ ୪-୩ରେ ହରାଇବା ପରେ କୋରିଆର ଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଛି। ୩ ଥର ବିଜେତା ଭାରତ ରେକର୍ଡ ନବମ ଥର ପାଇଁ ଫାଇନାଲ୍କୁ ଉନ୍ନୀତ ହୋଇଛି।
ଭାରତ ପାଇଁ ଶନିବାର ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଚତୁର୍ଥ ମିନିଟ୍ରେ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ହର୍ମନପ୍ରୀତ୍ ସିଂହଙ୍କ ଏରିଏଲ୍ ପାସ୍କୁ ଡାହାଣପଟୁ ଜର୍ମନପ୍ରୀତ୍ ସିଂହ ସୁନ୍ଦରଭାବେ ଅପେକ୍ଷାରତ ଶିଳାନନ୍ଦଙ୍କୁ ଦେବା ପରେ ସେ କୌଣିସି ତ୍ରୁଟି କରିନଥିଲେ। ଏହା ପରେ ଦିଲପ୍ରୀତ୍ ସିଂହ (୭ ମିନିଟ୍) ପ୍ରଥମ କ୍ବାର୍ଟରରେ ଭାରତକୁ ୨-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ମନଦୀପ୍ ସିଂହ (୧୮ ମିନିଟ୍)ଙ୍କ ଏକମାତ୍ର ଗୋଲ୍ ବଳରେ ଭାରତ ପ୍ରଥମାର୍ଦ୍ଧକୁ ଏକତରଫା ଭାବେ ୩-୦ରେ ନିଜ ପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟର ଆରମ୍ଭରୁ ମାତ୍ର ୨ ମିନିଟ୍ ଭିତରେ ରାଜ କୁମାର ପାଲ୍ (୩୭ ମିନିଟ୍) ଓ ସୁଖଜିତ୍ ସିଂହ (୩୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଚୀନ ଭାଗ୍ୟକୁ ସିଲ୍ କରି ଦେଇଥିଲେ। ଭାରତର ପ୍ରାଧାନ୍ୟ ଏତିକିରେ ସରିନଥିଲା। ଶେଷ କ୍ବାର୍ଟରରେ ଅଭିଷେକଙ୍କ ଡବଲ୍ ଗୋଲ୍ (୪୬ ଓ ୫୦ ମିନିଟ୍) ଭାରତକୁ ଫାଇନାଲ୍ ପୂର୍ବରୁ ଆତ୍ମବିଶ୍ବାସଭରା ବିଜୟ ଦେଇଥିଲା। ସୂଚନାଯୋଗ୍ୟ, ଚଳିତ ଏସିଆ କପ୍ରେ କେବଳ କୋରିଆ ହିଁ ଭାରତକୁ ଟକ୍କର ଦେଇଛି। ଏହି ଦଳ ବିପକ୍ଷ ସୁପର୍-୪ ମ୍ୟାଚ୍କୁ ହର୍ମନପ୍ରୀତ୍ଙ୍କ ଦଳ ୨-୨ରେ ଡ୍ର' ରଖି ଏକମାତ୍ର ଆହ୍ବାନ ପାଇଥିଲା। ନ ହେଲେ ଅନ୍ୟ ୫ ମ୍ୟାଚ୍ ଜିତିଛି।












Click it and Unblock the Notifications