ଏସିଆ କପ୍: କୋହଲିଙ୍କ ବିଶାଳ ପାଳି, ଆଫଗାନ ଟିମ ଆଗରେ 213 ରନ ବିଜୟ ଲକ୍ଷ୍ୟ
ବିରାଟ କୋହଲି ଟି-20 ଏସିଆ କପରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଶୁକ୍ରବାର ସେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ 50 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ସେ 61 ବଲରୁ 122 ରେ ଅପରାଜିତ ରହିଛନ୍ତି ।
ଦୁବାଇ: ବିରାଟ କୋହଲି ଟି-20 ଏସିଆ କପରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଶୁକ୍ରବାର ସେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ 50 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ସେ 61 ବଲରୁ 122 ରେ ଅପରାଜିତ ରହିଛନ୍ତି । ଏହା ହେଉଛି ତାଙ୍କର ଟି-20 ଇଣ୍ଟରନ୍ୟାସନାଲରେ ପ୍ରଥମ ଶତକ ଏବଂ ସାମଗ୍ରିକ ଭାବେ 71 ତମ । ଏହା ବ୍ୟତୀତ ମ୍ୟାଚର ଅଧିନାୟକ କେଏଲ୍ ରାହୁଲ ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ଉଭୟଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ 2 ୱିକେଟ୍ ପାଇଁ 212 ରନ୍ ସଂଗ୍ରହ କରିଛି । ଉଭୟ ଦଳ ପାଇଁ ଏହା ସୁପର-4 ର ଶେଷ ମ୍ୟାଚ୍ । ଏହାପୂର୍ବରୁ ଉଭୟ 2-2 ମ୍ୟାଚରେ ପାରଜୟ ପାଇ ସାରିଛନ୍ତି ।
ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । କେଏଲ ରାହୁଲ ଏବଂ ବିରାଟ କୋହଲି ଓପନ କରିବାକୁ ବାହାରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। 12.4 ଓଭରରେ ପ୍ରଥମ ୱିକେଟ୍ ପାଇଁ ଉଭୟ 119 ରନ୍ ଯୋଡିଥିଲେ । ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟର ଏହା ରାହୁଲଙ୍କର ପ୍ରଥମ ଅର୍ଦ୍ଧଶତକ । ସେ 41 ବଲରୁ 62 ରନ୍ ପାଇଁ ବରଖାସ୍ତ ହୋଇଥିଲେ । ତାଙ୍କ ୱିକେଟ୍ ଫରିଦ ଅହମ୍ମଦଙ୍କ ନିକଟକୁ ଯାଇଥିଲା । ସେ 6ଟି ଚୌକା ଏବଂ ଦୁଇଟି ଛକା ମାରିଛନ୍ତି । ସୁର୍ଯ୍ୟକୁମାର ଯାଦବ ମଧ୍ୟ 2 ବଲରେ ଗୋଟିଏ ଛକା ମାରିଛନ୍ତି ।












Click it and Unblock the Notifications