Asia Cup 2023 : ଭାରତକୁ ବଡ ଝଟକା, ରୋହିତଙ୍କ ପରେ ବିରାଟ ଆଉଟ୍
ବିରାଟ ଓ ରୋହିତ ଆଉଟ୍ । ସାହିନ ଆଫ୍ରିଦଙ୍କ ବଲର ସାମ୍ନା କରିପାରିଲେନି ଦୁଇ ପ୍ରମୁଖ କ୍ରିକେଟର । ବର୍ଷା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍ ଆଉ ରୋହିତ ପ୍ରଥମ ବ୍ୟାଟର ଭାବରେ ୱିକେଟ ହରାଇଥିଲେ । ରୋହିତ ୧୧ ଓ ବିରାଟ ୪ ରନ କରି ଆଉଟ୍ ହୋଇଛନ୍ତି ।
ରୋହିତ ୨୨ ବଲରୁ ୧୧ ରନ କରିଥିବା ବେଳେ ବିରାଟ ୭ ବଲରୁ ୪ ରନ କରିଥିଲେ । ସୂଚନା ଯୋଗ୍ୟ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଶୁବମନ୍ ଗିଲ ଓ ରୋହିତ ପଡ଼ିଆକୁ ଓହ୍ଲାଇ ଥିଲେ ।

ରୋହିତ ଶର୍ମା ୧୮ଟି ବଲ୍ ଖେଳି ମାତ୍ର ୧୧ ରନ୍ କରିଥିବା ବେଳେ ଗିଲ ୮ଟି ବଲ ଖେଳି ଖାତା ଖୋଲି ନାହାନ୍ତି । ପରେ ବର୍ଷା ହୋଇଥିଲା । ବର୍ଷା ଛାଡ଼ିବା ପରେ ଖୁବ୍ ଶୀଘ୍ର ମ୍ୟାଚ ଆରମ୍ଭ ହୋଇଥିଲା । ଖବର ଲେଖିଲା ବେଳକୁ ଗିଲ ଓ ଇଶାନ୍ କିଶନ ବ୍ୟାଟିଂ କରୁଥିଲେ ।
ଏହି ମ୍ୟାଚ ଦୁଇଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ହରାଇଥିଲା । ସେହିପରି ଶ୍ରୀଲଙ୍କା ବଙ୍ଗଳାଦେଶକୁ ତା'ର ପ୍ରଥମ ମ୍ୟାଚରେ ହରାଇଥିଲା ।
୧୯୮୪ରୁ ୨୦୧୮ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଏସିଆ କପ୍ । ଏହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ୧୩ଟି ମୁକାବିଲା ହୋଇଛି । ଯେଉଁଥିରେ ପାକିସ୍ତାନ ୫ଥର ବିଜୟ ହୋଇଥିବା ବେଳେ ଭାରତୀୟ ଟିମ୍ ୭ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ର କୌଣସି ରେଜଲ୍ଟ ବାହାରିନାହିଁ ।












Click it and Unblock the Notifications