Get Updates
Get notified of breaking news, exclusive insights, and must-see stories!

ଏସିଆ କପ: ଆଜି ଭାରତ ବନାମ ପାକିସ୍ତାନ ରାଉଣ୍ଡ-୨

ପୁଣି ଆଜି ସଣ୍ଡେ ସୁପର ଫାଇଟରେ ଭାରତ ବନାମ ପାକିସ୍ତାନ ମୁକାବିଲା । ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ଭେଟଘାଟ୍ ହେବ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ । ଗତ ମ୍ୟାଚରେ ବିରୋଧୀ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇଥିଲା ଭାରତ ।

ଦୁବାଇ: ପୁଣି ଆଜି ସଣ୍ଡେ ସୁପର ଫାଇଟରେ ଭାରତ ବନାମ ପାକିସ୍ତାନ ମୁକାବିଲା । ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ଭେଟଘାଟ୍ ହେବ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ । ଗତ ମ୍ୟାଚରେ ବିରୋଧୀ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇଥିଲା ଭାରତ । ଆଉ ଆଜି ଚଳିତ ଏସିଆ କପର ସୁପର-4ର ଦ୍ବିତୀୟ ମୁକାବିଲାରେ ପୁଣିଥରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ।

 India vs Pakistan

ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦୁଇଟି ଯାକ ମ୍ୟାଚ୍ ଜିତି ଅପରାଜେୟ ସହ ସୁପର-୪ରେ ପହଞ୍ଚିଛି । ଗତ ୨୮ ତାରିଖରେ ଖେଳା ଯାଇଥିବା ମୁକାବିଲାରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ମଧ୍ୟ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ତୟାର ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ ।

ହଂକଂ ବିପକ୍ଷରେ ବଡ଼ ବିଜୟ ହାସଲ କରିଥିଲା ପାକିସ୍ତାନ । ତେଣୁ ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ ରୋକିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବ ଭାରତ । ଲିଗ ମ୍ୟାଚରେ ଭାରତର ବିଜୟରେ ପ୍ରମୁଖ ଭୂମିକା ନେଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ଆଣ୍ଠୁରେ ଆଘାତ କାରଣରୁ ସେ ଏସିଆ କପର ଅବଶିଷ୍ଟ ମ୍ୟାଚ୍ରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି ।

ଆର ଅଶ୍ୱିନୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେହିପରି ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବିରାଟ କୋହଲୀ ମଧ୍ୟ ଫର୍ମକୁ ଫେରିଛନ୍ତି । ରାହୁଲ ବଡ଼ ଇନିଂସ ଖେଳି ପାକିସ୍ତାନ ବୋଲରକୁ ଉପରେ ଚାପ ସୃଷ୍ଟି କରିବାକୁ ପଡ଼ିବ । ସେହିପରି ପାକିସ୍ତାନ ଦଳର ବ୍ୟାଟିଂ ଓ ବୋଲିଂ ବାହିନୀ ଭଲ ପ୍ରଦର୍ଶନ କରୁଥିବାରୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+