Get Updates
Get notified of breaking news, exclusive insights, and must-see stories!

ଏସିଆ କପ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ; ଦେଖନ୍ତୁ, ଦୁଇ ଦଳର ଚୁଡାନ୍ତ ଏକାଦଶ

ଆଜି (ରବିବାର) ଚଳିତ ଏସିଆ କପର ସୁପର-4ର ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକ୍ । ତେବେ ମ୍ୟାଚ ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକ୍ ଅଧିନାୟକ ବାବର ଆଜମ ।

ଦୁବାଇ: ଆଜି (ରବିବାର) ଚଳିତ ଏସିଆ କପର ସୁପର-4ର ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକ୍ । ତେବେ ମ୍ୟାଚ ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକ୍ ଅଧିନାୟକ ବାବର ଆଜମ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଫାଇନାଲ ଆଡକୁ ଅଗ୍ରସର ହେବାକୁ ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

Asia Cup, India vs Pakistan

ଗୋଟିଏ ସପ୍ତାହ ମଧ୍ୟରେ ଦୁଇଥର ଭେଟଘାଟ୍ ହେବ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ । ଗତ ମ୍ୟାଚରେ ବିରୋଧୀ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇଥିଲା ଭାରତ । ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦୁଇଟି ଯାକ ମ୍ୟାଚ୍ ଜିତି ଅପରାଜେୟ ସହ ସୁପର-୪ରେ ପହଞ୍ଚିଛି । ଗତ ୨୮ ତାରିଖରେ ଖେଳା ଯାଇଥିବା ମୁକାବିଲାରେ ଭାରତ ୫ ୱିକେଟରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ମଧ୍ୟ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବାକୁ ତୟାର ରହିଛି ।

ଉଭୟ ଦଳର ଚୁଡାନ୍ତ ଏକାଦଶ

  • ଭାରତ: କେଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ରବି ବିଷ୍ଣୁ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।
  • ପାକିସ୍ତାନ: ମହମ୍ମଦ ରିଜୱାନ, ବାବର ଆଜାମ, ଫଖର ଜମାନ, ଖୁସଦିଲ ଶାହା, ଇଫ୍ଟିଖର ଅହମ୍ମଦ, ଶାଦବ ଖାନ, ଆସିଫ ଅଲି, ମହମ୍ମଦ ନୱାଜ, ହରିସ ରାଉଫ, ନାସିମ ଶାହା, ମହମ୍ମଦ ହସେନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+