Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍ ହକି: ଆଜି ଭାରତ-ପାକିସ୍ତାନ ଲଢେଇ

ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଏସିଆ କପ୍ ହକି । ଆଜି ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

ଜାକର୍ତ୍ତା: ଆଜିଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଏସିଆ କପ୍ ହକି । ପ୍ରଥମ ଦିନରେ ୪ଟି ମ୍ୟାଚ ଖେଳାଯିବ । ଆଜି ଭାରତ ତା'ର ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି । ଫଳରେ ଓଡିଶା କ୍ରୀଡା ପ୍ରେମୀଙ୍କ ପାଇଁ ଏହି ମ୍ୟାଚ ସ୍ୱତନ୍ତ୍ର ମହତ୍ତ୍ୱ ରଖିବ । ଜାକର୍ତ୍ତାର ଗେଲୋରା ବଙ୍ଗ କର୍ନୋ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅପରାହ୍ନ ୫ଟାରେ ମ୍ୟାଚ୍‌ ଆରମ୍ଭ ହେବ।

Asia Cup Hockey

ବିରେନ୍ଦ୍ରଙ୍କ ନେତୃତ୍ବରେ ଏସିଆ କପ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। ଆଗକୁ ୨୦୨୩ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଦୃଷ୍ଟିରେ ରଖି ଦଳର ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ୨୦୧୭ ସଂସ୍କରଣରେ ଭାରତ ଫାଇନାଲରେ ମାଲେସିଆକୁ ହରାଇ ତୃତୀୟ ଥର ପାଇଁ ଚମ୍ପିଆନ ହୋଇଥିଲା। ଭାରତ ଓ ପାକିସ୍ତାନ ଦଳ ୩ ଥର ଲେଖାଏଁ ଏସିଆ କପ ଚାମ୍ପିଆନ ହୋଇଛନ୍ତି। ତେଣୁ ଆଜି ଦୁଇଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।

ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସବୁବେଳେ ଚାପ ରହିଥାଏ । ବରିଷ୍ଠ ଖେଳାଳିଭାବେ ଆମେମାନେ ଅଧିକ ଉତ୍ସାହିତ ହୋଇପାରିବୁ ନାହିଁ । କନିଷ୍ଠ ଖେଳାଳିମାନଙ୍କ ପାଇଁ କିନ୍ତୁ ଏହା ନିଶ୍ଚିତ ଭାବେ ନିଆରା ଅଭିଜ୍ଞତା ହେବ । ସେମାନେ କିଛିଟା ଚାପରେ ବି ରହିବେ। ତଥାପି ଆମେ ଏହି ମ୍ୟାଚକୁ ଅନ୍ୟସବୁ ମ୍ୟାଚ୍ ଭଳି ଦେଖୁଛୁ ।

ପାକିସ୍ତାନ ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ଅଛି। ଏସିଆ କପରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୦୨୩ ବିଶ୍ବକପରୁ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଚାପ ରହିବ। ଚାପ ସମ୍ଭାଳିପାରି ଭଲ ପ୍ରଦର୍ଶନ କଲେ ଭାରତ ପାଇଁ ବିଜୟ ସହଜ ହେବ। ଭାରତ ଏବଂ ପାକିସ୍ତାନ ପରସ୍ପରକୁ ୧୭୭ ଥର ଭେଟିଛନ୍ତି। ହେଡ ଟୁ ରେକର୍ଡ ୮୨-୬୪ରେ ପାକିସ୍ତାନ ଆଗୁଆ ରହିଛି। ୨୦୧୮ କମନୱେଲଥ ଗେମ୍ସରେ ଏକମାତ୍ର ଭାରତ ଗତ ୧୩ଟି ମ୍ୟାଚ ମଧ୍ୟରୁ ୧୨ଟି ଜିତିଛି। ୨୦୧୬ ଦକ୍ଷିଣ ଏସିଆନ୍ ଗେମ୍ସ ଫାଇନାଲରେ ପାକିସ୍ତାନ ଶେଷ ଥର ପାଇଁ ଭାରତକୁ ପରାସ୍ତ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+