ଏସିଆ କପ୍ ହକି: ୟୁଏଇକୁ ୯ ୱିକେଟ୍‌ରେ ହରାଇ ଭାରତର ଅଭିଯାନ ଆରମ୍ଭ

ୟୁଏଇକୁ ହରାଇ ଭାରତ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି। କୁଲଦୀପ ୟାଦବଙ୍କ ନେତୃତ୍ବରେ ବୋଲିଂ ବାହିନୀ ୟୁଏଇକୁ ମାତ୍ର ୫୭ ରନ୍‌ରେ ଅଟକାଇବା ପରେ ଅଭିଷେକ ଶର୍ମା ଓ ଶୁବମନ୍ ଗିଲଙ୍କ ଧମାକାଦାର ବ୍ୟାଟିଂ ପାଇଁ ଭାରତ ମାତ୍ର ୪.୩ ଓଭରରେ ବିଜୟୀ ହୋଇଛି।

ଓଭର ଦୃଷ୍ଟିରୁ ଭାରତର ଏହା ଦ୍ରୁତତମ ଟ୍ବେଣ୍ଟି-୨୦ ବିଜୟ ହୋଇଛି। ୯୩ ବଲ୍ ପୂର୍ବରୁ ଜିତି ଭାରତୀୟ ଦଳ ମଧ୍ୟ ୨୦୨୧ ମସିହାରେ ଦୁବାଇଠାରେ ସ୍କଟଲାଣ୍ଡ୍ ବିପକ୍ଷରେ ହାସଲ କରିଥିବା (୮୧ ବଲ୍‌ ପୂର୍ବରୁ) ବିଜୟକୁ ଟପିଛି। ଅଭିଷେକ ପ୍ରଥମ ବଲ୍‌କୁ ବିଶାଳ ଛକା ମାରିବା ବେଶ୍ ଦର୍ଶନୀୟ ଥିଲା। ବିଜୟର ପ୍ରମୁଖ ଭୂମିକା ନେଇଥିବା କୁଲଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ବୁଧବାର ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତ ପାଇଁ ବହୁ ପ୍ରତୀକ୍ଷିତ ଟସ୍ ଜିତି ନେଇଥିଲେ। ତା'ସହିତ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳର ଟସ୍ ହାରିବା ଧାରାରେ ବ୍ରେକ୍ ଲାଗିଥିଲା। ପୁଣି ବୋଲର୍‌ଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୟୁଏଇକୁ ଟିମ୍ ଇଣ୍ଡିଆ ମାତ୍ର ୫୭ ରନ୍‌ରେ ଅଟକାଇ ଦେଇଥିଲା। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଗୋଟିଏ ହେଲେ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିବା କଚଟି ସ୍ପିନର କୁଲ୍‌ଦୀପ ଏହାର ନେତୃତ୍ବ ନେଇଥିଲେ।

Asia Cup Hockey India s campaign begins with a 9-wicket defeat to UAE

ନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇ ଭାରତ ପକ୍ଷରୁ ସର୍ବାଧିକ ୪ ୱିକେଟ୍ କରାୟତ୍ତ କରିଥିଲେ ସେ। ଅଲରାଉଣ୍ଡର୍ ଶିବମ ଦୁବେ (୪/୩)ଙ୍କ ସହ ମିଶି ଅନଭିଜ୍ଞ ୟୁଏଇର ୭ଜଣ ବ୍ୟାଟର୍‌ଙ୍କୁ କୁଲ୍‌ଦୀପ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ‌ତେବେ ୟୁଏଇ ପାଳିର ଅଧୋପତନ ଧାରା ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ହିଁ ଆରମ୍ଭ କରିଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ଓଭରରୁ ୧୦ ରନ୍ ଅମଳ କରିବା ସହ ପ୍ରଥମ ୩ ଓଭରରୁ ବିନା କ୍ଷତିରେ ୨୫ ରନ୍ କରି ୟୁଏଇର ଦୁଇ ଓପନର୍ ଆଲିସାନ୍ ସରାଫୁ (୨୨) ଓ ମହମ୍ମଦ ୱାସିମ (୧୯) ପ୍ରତିଶ୍ରୁତିଭରା ଆରମ୍ଭ କରିଥିଲେ। ତେବେ ଚତୁର୍ଥ ଓଭରର ଚତୁର୍ଥ ବଲ୍‌ରେ ବୁମ୍‌ରା ଏକ ଶାଣିତ ୟର୍କରରେ ସରାଫୁଙ୍କୁ କ୍ଲିନ୍ ବୋଲ୍ଡ କରିବା ପରେ ୟୁଏଇର ବିପର୍ଯ୍ୟୟଧାରା ଆରମ୍ଭ ହୋଇଯାଇଥିଲା। ୱାସିମଙ୍କୁ କୁଲଦୀପ ଏଲ୍‌ବିଡବ୍‌ଲ୍ୟୁ କରିବା ପରେ ଅନ୍ୟ ୟୁଏଇ ବ୍ୟାଟର୍‌ କେବଳ ଯିବା ଆସିବା କରିଥିଲେ। ଏପରିକି ସରାଫୁ ଓ ୱାସିମଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍‌ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ୟୁଏଇର ୫୭ ରନ୍ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷରେ କୌଣସି ଦଳର ସର୍ବନିମ୍ନ ସ୍କୋର୍ ହୋଇଥିଲା।

ସଂକ୍ଷିପ୍ତ ସ୍କୋର୍: ୟୁଏଇ ୧୩.୧ ଓଭରରେ ୫୭ (ଆଲିସାନ୍ ସରାଫୁ ୨୨, ମହମ୍ମଦ ୱାସିମ ୧୯, କୁଲଦୀପ ୟାଦବ ୪/୭, ଶିବମ ଦୁବେ ୩/୪, ବରୁଣ ଚକ୍ରବର୍ତ୍ତୀ ୧/୪, ଅକ୍ଷର ପଟେଲ ୧/୧୩, ଯଶପ୍ରୀତ୍ ବୁମ୍‌ରା ୧/୧୯)। ଭାରତ ୪.୩ ଓଭରରେ ୬୦/୧ (ଅଭିଷେକ ଶର୍ମା ୩୦, ଶୁବମନ୍ ଗିଲ୍ ୨୦*, ସୂର୍ଯ୍ୟକୁମାର ୟାଦବ ୭*, ଜୁନୈଦ ସିଦ୍ଦିକ ୧/୧୬)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+