For Quick Alerts
Turn On Notification  
For Daily Alerts
Oneindia App Download

ଏସିଆ କପ ହକି: ଭାରତ-ପାକିସ୍ତାନ ମ୍ୟାଚ 1-1ରେ ଡ୍ର

ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏସିଆ କପ ହକିର ଆଜି ମ୍ୟାଚ୍ 1-1 ଡ୍ରରେ ଶେଷ ହୋଇଛି । ତିନିଟି କ୍ୱାର୍ଟର ଭାରତୀୟ ଦଳ 1-0ରେ ଆଗୁଆ ରହିଥିଲା।

|

ଜାକର୍ତ୍ତା: ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏସିଆ କପ ହକିର ଆଜି ମ୍ୟାଚ୍ 1-1 ଡ୍ରରେ ଶେଷ ହୋଇଛି । ତିନିଟି କ୍ୱାର୍ଟର ଭାରତୀୟ ଦଳ 1-0ରେ ଆଗୁଆ ରହିଥିଲା। ଗୋଟିଏ ମିନିଟ ବାକି ଥିବା ବେଳେ ପାକିସ୍ତାନର ଦଳ ଗୋଲ ସ୍କୋରକୁ ୧-୧ରେ ସମାନ କରିଥିଲା । ଏହା ପରେ ଭାରତୀୟ ଖେଳାଳିମାନେ କୌଣସି ଗୋଲ ସ୍କୋର କରିପାରିନଥିଲେ।

Asia Cup Hockey

ଏସିଆ କପ୍ ହକିରେ ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ଡ୍ର ସହ ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ 1-1 ଡ୍ରରେ ସୀମିତ ରଖିଛି। ତୃତୀୟ କ୍ୱାର୍ଟର ଅର୍ଥାତ୍ 45 ମିନିଟ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ 1-0ରେ ଅଗ୍ରଣୀ ଥିଲା । ଚତୁର୍ଥ କ୍ୱାର୍ଟରରେ 58 ମିନିଟରେ ମଧ୍ୟ ସ୍କୋର ଭାରତ ସପକ୍ଷରେ 1-0 ରହିଥିଲା। ଏହା ପରେ, ଶେଷ ଏକ ମିନିଟରେ (59 ତମ) ପାକିସ୍ତାନ ପେନାଲ୍ଟି କର୍ଣ୍ଣରରେ ସ୍କୋରକୁ 1-1ରେ ସମାନ କରିଥିଲା।

ଆସନ୍ତକାଲି ଭାରତ ତା'ର ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନକୁ ଭେଟିବ। ସେହିପରି ପାକିସ୍ତାନର ମୁକାବିଲା ଇଣ୍ଡୋନେସିଆ ସହ ହେବ। ୨୬ ତାରିଖରେ ଭାରତ ତା'ର ଶେଷ ଲିଗ ମ୍ୟାଚ୍‌ ଇଣ୍ଡୋନେସିଆ ସହ ଖେଳିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Asia Cup Hockey: India vs Pakistan Match Draw in 1-1
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X