ଆଜିଠୁ ଏସିଆ କପ୍: ଆଫ୍‌ଗାନିସ୍ତାନ ଓ ହଂକଂ ମଧ୍ୟରେ ଉଦ୍‌ଘାଟନ ମ୍ୟାଚ୍‌, ୧୪ରେ ଭାରତ ବନାମ ପାକିସ୍ତାନ

ମଙ୍ଗଳବାରଠାରୁ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ସପ୍ତଦଶ ସଂସ୍କରଣ ୟୁଏଇରେ ଆରମ୍ଭ ହେବ। ଉଦ୍‌ଘାଟନୀ ମୁକାବିଲାରେ ଏଠାକାର ସେଖ୍ ଜାୟେଦ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଦୁଇ ଯୁବ ଓ ଉଦୀୟମାନ ଦଳ ଆଫଗାନିସ୍ତାନ ଓ ହଂକଂ ମୁହାଁମୁହିଁ ହେବେ।

ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେବ। ଉଭୟ ଦଳ ପଞ୍ଚମ ଥର ଲାଗି ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ହଂକଂ ପଞ୍ଚମ ଥର ଲାଗି, ଆଫଗାନିସ୍ତାନ ଚତୁର୍ଥ ଥର ଲାଗି ଖେଳିବେ।

ପଦାର୍ପଣ ବର୍ଷ ଦୃଷ୍ଟିରୁ କିନ୍ତୁ ହଂକଂ ପ୍ରତିପକ୍ଷ ଆଫଗାନିସ୍ତାନ ଦୃଷ୍ଟିରୁ ଅଧିକ ଅଭିଜ୍ଞ। ହଂକଂ ୨୦୦୪ ମସିହାରେ ଏବଂ ଆଫଗାନିସ୍ତାନ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳିଥିଲା। ଏଣୁ ଆଫଗାନିସ୍ତାନ ଏହି ମ୍ୟାଚ୍‌ର ଫେଭରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଭାରତ ନିଜ ପ୍ରଥମ ମ୍ୟାଚ୍‌ ୧୦ ତାରିଖ ୟୁଏଇ ସହ ଖେଳି ଅଭିଯାନ ଆରମ୍ଭ କରିବ। ୧୪ ତାରିଖରେ ପାକିସ୍ତାନ ଓ ୧୯‌ରେ ଓମାନ୍‌ ସହ ଖେଳିବ।

ମଙ୍ଗଳବାର ଆଫ୍‌ଗାନିସ୍ତାନ ଓ ହଂକଂ ମଧ୍ୟରେ ଉଦ୍‌ଘାଟନ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିବା ପାଇଁ ଆଫ୍‌ଗାନିସ୍ତାନ ବଡ଼ ଦାବିଦାର। ରସିଦ୍ ଖାଁ ନେତୃତ୍ବାଧୀନ ଆଫ୍‌ଗାନିସ୍ତାନ ବେଶ୍‌ ଶକ୍ତିଶାଳୀ ଦଳ। ଏହାକୁ ସମ୍ଭାବ୍ୟ ଫାଇନାଲିଷ୍ଟ ଭାବେ ଗଣନା କରାଯାଉଛି। ତ୍ରିରାଷ୍ଟ୍ରୀୟ ଫାଇନାଲରେ ପାକିସ୍ତାନ ବିପକ୍ଷରେ ୬୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲେ ହେଁ ଆଫ୍‌ଗାନିସ୍ତାନର ବ୍ୟାଟିଂ ମଜ୍‌ଭୁତ ଅଛି। ସେଦିକୁଲ୍ଲା ଅଟଲ, ଇବ୍ରାହିମ୍ ଜାଦ୍ରାନ୍ ଓ ଓପ୍‌ନର ରହମନୁଲ୍ଲା ଗୁର୍‌ବାଜ ଭଲ ଫର୍ମରେ ଅଛନ୍ତି। ମହମ୍ମଦ ନବି, ଡାର୍‌ୱିସ୍ ରସୁଲି, କରିମ୍ ଜନ୍ନତ ଭଲ ବ୍ୟାଟ୍‌ସମ୍ୟାନ୍‌।

India vs Pakistan on the 14th

ୟୁଏଇର ପିଚ୍‌ ସ୍ପିନରଙ୍କ ପାଇଁ ସହାୟକ ହେବାକୁ ଥିବା ବେଳେ ଦଳରେ ୩ ପ୍ରମୁଖ ସ୍ପିନର- ରସିଦ୍ ଖାଁ, ନୁର୍ ଅହମ୍ମଦ ଓ ମୁଜିବ୍ ଉର୍‌ ରେହ୍‌ମାନ ଯେକୌଣସି ବ୍ୟାଟିଂ ଲାଇନ୍‌କୁ ଅସୁବିଧାରେ ପକାଇ ପାରନ୍ତି। ହଂକଂ ଦଳକୁ କ୍ରିକେଟ୍‌ ଦୁନିଆରେ ଶିଶୁ ଭାବେ ଗଣନା କରାଯାଉଛି। ପାକିସ୍ତାନ ଓ ଭାରତ ବଂଶଜ କିଛି ଖେଳାଳିଙ୍କୁ ନେଇ ହଂକଂ ଦଳ ଗଠିତ। ଆଫ୍‌ଗାନିସ୍ତାନ ସହ ପ୍ରତିଦ୍ବନ୍ଦ୍ବିତା କରିପାରିଲେ; ହଂକଂ ଦଳ ଖୁସି ହେବ। ହଂକଂକୁ ଭଲ ଦଳଙ୍କ ବିରୋଧରେ ଖେଳିବାର ସୁଯୋଗ କମ୍ ମିଳିଥାଏ। ତେବେ ବିଶ୍ବ ମାନ୍ୟତାର ପ୍ରଥମ ୧୦ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରୁ ୩ଟି ଦଳଙ୍କ ମଧ୍ୟରେ ଖେଳିବା ଦ୍ବାରା ହଂକଂ ବେଶ୍‌ ଅଭିଜ୍ଞତା ହାସଲ କରିପାରିବ। ଗ୍ରୁପ୍ 'ବି'ରେ ହଂକଂକୁ ସବୁଠାରୁ ଦୁର୍ବଳ ଦଳ ଭାବେ ଗଣନା କରାଯାଉଛି। ଏହି ଗ୍ରୁପ୍‌ରୁ ସୁପର-୪ ପର୍ଯ୍ୟାୟକୁ ଯିବା ଲାଗି ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+