ଏସିଆ କପ୍ ଫାଇନାଲ୍: ପାକ୍ ସହ ଫଟୋସୁଟ୍ ପାଇଁ ମନା କଲେ ସୂର୍ଯ୍ୟକୁମାର
ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମହାଲଢ଼େଇ ପୂର୍ବରୁ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଫାଇନାଲ୍ ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କୁ ନେଇ ଆଜି ଫଟୋସୁଟ୍ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଅଧିନାୟକ ସଲ୍ମାନ ଅଲି ଆଘାଙ୍କ ସହ ଫଟୋସୁଟ୍ କରିବାକୁ ମନା କରି ଦେଇଥିଲେ । ପୂର୍ବରୁ ସୂର୍ଯ୍ୟକୁମାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବେଳେ ମଧ୍ୟ ଆଘାଙ୍କ ସହ କରମର୍ଦ୍ଦନ କରିନଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଆଘା କହିଛନ୍ତି, ସେମାନେ (ଭାରତୀୟ ଦଳ) ଯାହା ଚାହିଁବେ ତାହା କରିପାରିବେ । ଆମେ ସମସ୍ତ ନିୟମ ପାଳନ କରୁଛୁ । ଫଟୋସୁଟ୍ ଆସିବା ନିଷ୍ପତ୍ତି ସେମାନଙ୍କ ଉପରେ ନିର୍ଭର କରୁଛି । ସେମାନେ ନ ଆସିଲେ ଆମେ କିଛି କରିପାରିବୁନି । ସେ ଆହୁରି ମଧ୍ୟ କହିଥିଲେ, ଫାଇନାଲ୍ ଖେଳିବା ଏବଂ ଟ୍ରଫି ଜିତିବା ଉପରେ ଆମେ ଧ୍ୟାନ ଦେଉଛୁ । ଭାରତକୁ ହରାଇବା ପାଇଁ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବୁ । ପୂର୍ବଭଳି ଏହି ମ୍ୟାଚ୍ରେ ଆମ ଉପରେ ଅଧିକ ଚାପ ରହିବ । ଆମେ ପୂର୍ବ ତ୍ରୁଟି ସୁଧାରି ନେଇଛୁ । ଭାରତକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛୁ ବୋଲି ଆଘା ପ୍ରକାଶ କରିଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications