ଏସିଆ କପ୍ ଫାଇନାଲ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା
ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜାମ ।
ଦୁବାଇ: ରବିବାର ଏସିଆ କପ୍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ । ସୁପର ସଣ୍ଡେରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମହା ମୁକାବିଲା । ଏସିଆ କପର ଅନ୍ତିମ ସୁପର-4 ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିବା ଦାସୁନ ଶଣକାଙ୍କ ସିଂହଳୀ ସେନା ରବିବାର ସମାନ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି । ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜାମ ।

ଦୁଇ ଦଳର ଚୁଡାନ୍ତ ଏକାଦଶ ଏହିପରି
- ଶ୍ରୀଲଙ୍କା ଏକାଦଶ: ପୃଥମ୍ ନିସଙ୍କା, କୁସାଲ ମେଣ୍ଡିସ୍ (ୱିକେଟକିପର), ଦାନୁଷ୍କା ଗୁଣତିଲକ, ଧନଞ୍ଜୟ ଦେ ସିଲଭା, ଭାନୁକା ରାଜପକ୍ସା, ଦାସୁନ୍ ଶାନକା (ଅଧିନାୟକ), ୱାନିନ୍ଦୁ ହାସରଙ୍ଗା, ଚାମିକା କରୁଣାତ୍ନେ, ପ୍ରମୋଦ ମଦୁଶାନ୍, ମହେଶ ତୀକ୍ଷ୍ଣା, ଦିଲଶାନ ମଧୁଶଙ୍କା ।
- ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍ (ୱିକେଟକିପର), ବାବର ଆଜାମ (ଅଧିନାୟକ), ଫଖର ଜମାନ, ଇଫ୍ଟିଖର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ଶାଦବ ଖାନ, ଆସିଫ ଅଲି, ହରିସ ରାଉଫ, ନାସିମ ଶାହା, ମହମ୍ମଦ ହସେନ ।
ତେବେ ବିଗତ ୪ଟି ମ୍ୟାଚରେ ଟସ୍ ଜିତି ସଫଳ ପଶ୍ଚାତଧାବନ କରିଥିବା ଶ୍ରୀଲଙ୍କା ଫାଇନାଲ ଫାଇଟରେ ଟସ ହାରିବା ପରେ କଣ ହେଉଛି ଫଳାଫଳ, ତାହା କେବଳ ଦେଖଇବାକୁ ବାକି ରହିଲା ।












Click it and Unblock the Notifications