Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍‌ ଫାଇନାଲ: ଅଜବ ଓଭର, ବୋଲିଂ ହୋଇନି ଗୋଟିଏ ବଲ, ବ୍ୟୟ ହେଲା 9 ରନ

ଶ୍ରୀଲଙ୍କା ପାଇ ପ୍ରଥମ ଓଭର ବୋଲିଂ ଭାର ନେଇ ଆସିଥିବା ଦିଲଶାନ ମଧୁଶଙ୍କା ଗୋଟିଏ ବି ବଲ ବୋଲିଂ ନ କରି 9 ରନ୍ ବ୍ୟୟ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦୁବାଇ: ଏସିଆ କପ୍ 2022 ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା 20 ଓଭରରେ 170 ରନ୍ ସଂଗ୍ରହ କରିଛି । ଯେଉଁଥିରେ ଭାନୁକା ରାଜପକ୍ସା 45 ବଲରୁ 71 ରନର ଅପରାଜିତ ଇନିଂସ ଖେଳିଛନ୍ତି । ଏହା ପରେ ବାବର ଆଜମ ଏବଂ ମହମ୍ମଦ ରିଜାନଙ୍କ ରୂପରେ ପାକିସ୍ତାନର ଓପନିଂ ଯୋଡି 171 ରନ୍‌ର ଟାର୍ଗେଟକୁ ଗୋଡ଼ାଇ ପଡ଼ିଆକୁ ଓହ୍ଲାଇଥିଲା ।

Asia Cup Final

ତେବେ ଶ୍ରୀଲଙ୍କା ପାଇ ପ୍ରଥମ ଓଭର ବୋଲିଂ ଭାର ନେଇ ଆସିଥିବା ଦିଲଶାନ ମଧୁଶଙ୍କା ଗୋଟିଏ ବି ବଲ ବୋଲିଂ ନ କରି 9 ରନ୍ ବ୍ୟୟ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦିଲଶାନ ମଧୁଶଙ୍କା ନୂଆ ବଲ ସହ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। କିନ୍ତୁ ସେ ପ୍ରଥମ ବଲ୍ ନୋ ବଲ୍ ପକାଇଥିଲା । ଫଳରେ ମହମ୍ମଦ ରିଜୱାନ୍ ଏକ ଫ୍ରି-ହିଟ୍ ପାଇଥିଲେ । ମାତ୍ର ମଧୁଶଙ୍କା ପରବର୍ତ୍ତି ବଲକୁ ବାଉନ୍ସର୍ ବୋଲିଂ କରିଥିଲେ ଯାହା ଅତିରିକ୍ତ ବାଉନ୍ସ କାରଣରୁ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡ ଉପରେ କିପରଙ୍କ ନିକଟକୁ ଯାଇଥିଲା, ଯାହାକୁ ଅମ୍ପାୟାର ପୁଣି ଥରେ ନୋ ବଲ ଘୋଷଣା କରିଥିଲେ।

ଏହା ପରେ ମଧ୍ୟ ଫ୍ରି-ହିଟ ବନ୍ଦ ହୋଇନଥିଲା । ପରବର୍ତ୍ତୀ ବଲ୍ ୱାଇଡ ବୋଲ ବୋଲିଂ କରିଥିଲେ ମଧୁଶାଙ୍କା ଆଉ ଏହି ବଲରେ 4ରନ ବ୍ୟୟ କରିଥିଲା ଶ୍ରୀଲଙ୍କା ଦଳ । ଫ୍ରି-ହିଟ ଜାରି ରହିଥିଲା । ପ୍ରଥମ ବଲ ପାଇଁ ମଧୁଶଙ୍କା କ୍ରମାଗତ ଚାରି ୱାଇଡ୍ ବୋଲିଂ କରିଥିଲେ, ଗୋଟିଏ ଚାରିଟି, ଏବଂ ଏହିପରି ମଧୁସଙ୍କା କୌଣସି ବଲ୍ ବୋଲିଂ ନକରି 9 ରନ୍ ବ୍ୟୟ କରିଥିଲେ । ମଧୁଶଙ୍କାଙ୍କ ପ୍ରଥମ ଓଭରରୁ ମୋଟ 12 ରନ୍ ଆସିଥିଲା, ସେଥିମଧ୍ୟରୁ ବ୍ୟାଟିଂରୁ ମାତ୍ର ତିନି ରନ୍ ଆସିଥିଲା। ଏହି ଓଭରରେ ମଧୁଶଙ୍କା ଚାରି ୱାଇଡ୍ ଏବଂ ଗୋଟିଏ ନୋ ବଲ୍ ବୋଲିଂ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+