Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍ ଫାଇନାଲ: ସିଂହଳ ଦଳର ଶିକାର କଲେ ସିରାଜ୍, 50 ରନରେ ଅଲଆଉଟ ହେଲା ଶ୍ରୀଲଙ୍କା

Asia Cup 2023, Final: ଚଳିତ ଏସିଆ କପ୍‌ 2023ର ଫାଇନାଲ ମ୍ୟାଚ୍ ଆଜି (ରବିବାର) ଖେଳା ଯାଉଛି । ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଯାହା ଏବେ ଡିଫେଣ୍ଡିଂ ଚାମ୍ପିଅନକୁ ଭାରି ପଡ଼ିଛି ।

ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରିଛନ୍ତି । ଫଳରେ ଶ୍ରୀଲଙ୍କା ଦଳ ମାତ୍ର 50 ରନ କରି ଅଲ ଆଉଟ ହୋଇଯାଇଛି । ଏବେ ଏସିଆକପ ଟାଇଟଲ ହାତେଇବା ପାଇଁ ଭାରତକୁ 51 ରନ ବିଜୟ ଲକ୍ଷ୍ୟ ରହିଛି ।

Asia Cup Final

ଭାରତୀୟ ଦୃତ ବୋଲର ମହମ୍ମଦ ସିରାଜ୍ ଶ୍ରୀଲଙ୍କାର ଗୋଟିଏ ପରେ ଗୋଟିଏ ଖେଳାଳିଙ୍କ ଶିକାର କରିଛନ୍ତି । ପ୍ରଥମେ ସିରାଜ ଗୋଟିଏ ଓଭରରେ ଚାରିଟି ୱିକେଟ୍ ନେଇ ଶ୍ରୀଲଙ୍କା ଦଳ ଦମ୍ଭ ଭାଙ୍ଗି ଦେଇଥିଲେ । ଜସପ୍ରୀତ ବୁମରା ପ୍ରଥମ ଓଭରରେ ଦଳକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ଚତୁର୍ଥ ଓଭରରେ ସିରାଜ ଗୋଟିଏ ଓଭରରେ ଚାରିଟି ୱିକେଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।
ତେବେ ପ୍ରଥମ ଭାରତୀୟ ବୋଲର ଭାବେ ସେ ଗୋଟିଏ ଓଭରେ ଚାରୋଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ସେହିପରି ସିରାଜଙ୍କ ନାମରେ ଯୋଡି ହୋଇଛି ଦୃତ ତମ 5 ୱିକେଟ୍ ହଲ୍ । ମହମ୍ମଦ ସିରାଜ ତିନି ଓଭରର ମନ୍ତ୍ରରେ 5 ୱିକେଟ୍ ନେଇ ନିଜର ଦିନିକିଆ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି । ମାତ୍ର 16 ବୋଲ ବୋଲିଂ କରି 4 ରନ ବ୍ୟୟରେ 5 ୱିକେଟ୍ ହଲ୍ ଅକ୍ତିଆର କରିଛନ୍ତି ମହମ୍ମଦ ସିରାଜ୍ ।

ତେବେ ଭାରତ ପକ୍ଷରୁ ମହମ୍ମଦ ସିରାଜ 6, ହାର୍ଦ୍ଦିକ ପାଣ୍ଡ୍ୟା 3 ଓ ଜସପ୍ରୀତ ବୁମରା 1 ଗୋଟିଏ ୱିକେଟ ନେଇଛନ୍ତି । ସେହିପରି ଶ୍ରୀଲଙ୍କା ପକ୍ଷରୁ କୁଶନ ମେଣ୍ଡିସ 17 ଓ ଦୁଶାନ ହେମନ୍ଥା 13 ରନ କରିଥିଲା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ 2 ଅଙ୍କ ଛୁଇଁ ପାରିନଥିଲେ ।

ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, କେଏଲ୍‌ ରାହୁଲ୍‌, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଟନ୍‌ ସୁନ୍ଦର, କୂଲଦୀପ ଯାଦବ, ମହମ୍ମଦ ସିରାଜ, ଜସପ୍ରୀତ୍‌ ବୁମରା ।

ଶ୍ରୀଲଙ୍କା ଏକାଦଶ: କୁଶଲ ପେରେରା, ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌, ସଦିରା ସମରବିକ୍ରମା, ଚରିଥ ଆଶଲଙ୍କା, ଧନଞ୍ଜନ ଡି ସିଲ୍‌ଭା, ଡାସୁନ୍‌ ଶଣକା (ଅଧିନାୟକ), ଦୁନିଥ୍‌ ୱାଲ୍ଲାଲାଗେ, ଦୁସାନ୍‌ ହେମନ୍ଥ, ମଥିଶା ପତିରଣା, କାସୁନ ରଜିଥା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+